Advertisment

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୧୦ ହଜାର ଟଙ୍କା ଜରିମାନା

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଓ ଜରିମାନା କରିଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ ଆଡ଼ାହକ କୋର୍ଟ। ୨୦୨୦ ନଭେମ୍ବର ୨ ତାରିଖରେ ଘଟିଥିଲା ଏହି ଲୋମଟଙ୍କୁରା ଘଟଣା।

author-image
Biswajit Samal
ଅଦ୍ୟତନ ହୋଇଛି
Cuttack

Cuttack

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଓ ଜରିମାନା କରିଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ ଆଡ଼ାହକ କୋର୍ଟ। ୨୦୨୦ ନଭେମ୍ବର ୨ ତାରିଖରେ ଘଟିଥିଲା ଏହି ଲୋମଟଙ୍କୁରା ଘଟଣା।

Advertisment

କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅଞ୍ଚଳର ଜଣେ ନାବାଳିକାକୁ ମନ୍ଦିରରୁ ଅପହରଣ ହୋଇଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଚାରିଆଡ଼େ ଖୋଜିଥିଲେ। ହେଲେ ଝିଅର ଖୋଜ ଖବର ପାଇନଥିଲେ। ସବୁଆଡ଼ୁ ନିରାଶ ହେବା ପରେ ପରିବାର ଲୋକ ଏନେଇ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାବାଳିକାକୁ ପାକୁଲୁ ସମର୍ଦ୍ଧ ଅପହରଣ କରିଥିବା ଏଫ୍‌ଆଇଆରରେ ଦର୍ଶାଇ ଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲାର ତଦନ୍ତ ଚଳାଇଥିଲା।

ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ କରି ପୁଲିସ ମୟୂରଭଞ୍ଜରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ଏଥି ସହ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏଇ ମାମଲାର ରାୟ ପ୍ରକାଶ ପାଇଛି। ୧୨ ଜଣ ସାକ୍ଷୀ ଓ ୧୫ ଟି ଡକ୍ୟୁମେଣ୍ଟକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥି ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment
Cuttack Minor Girl Rapped