Advertisment

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡା ଦେଶ

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ। ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ ଦେଇଛନ୍ତି ଯାଜପୁର ଏଡ଼ିଜେ ସ୍ୱତନ୍ତ୍ର ପକ୍ସୋ କୋର୍ଟ।

author-image
Biswajit Samal
Jajpur

Jajpur

ଯାଜପୁର ୯ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ। ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ ଦେଇଛନ୍ତି ଯାଜପୁର ଏଡ଼ିଜେ ସ୍ୱତନ୍ତ୍ର ପକ୍ସୋ କୋର୍ଟ। ଦୋଷୀ ପ୍ରକାଶ ମଲ୍ଲିକକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୭୦ ହଜାର ଟଙ୍କା ଜରିମାନା କରିଛନ୍ତି ଅଦାଲତ। ଜରିମାନା ଅନାଦେୟ ଅଧିକ ୨୧ ମାସ ଜେଲରେ ରଖିବାକୁ କୋର୍ଟ ରାୟ ଦେଇଛନ୍ତି।

Advertisment

ମୋଟ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି। ସେହିପରି ପୀଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

୨୦୨୨ ଅଗଷ୍ଟ ୫ ତରିଖରେ ଘଟିଥିଲା ଏହି ଘଟଣା। ନାବାଳିକା ଜଣଙ୍କ ମୁଣ୍ଡବିନ୍ଧା ହେଉଛି କହି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ପ୍ରକାଶ ମଲ୍ଲିକ ତାଙ୍କୁ ବାଟରେ ଅଟକାଇଥିଲା। ସେ ଝିଅଟିକୁ ଗୋଟିଏ ଭଙ୍ଗା ପମ୍ପ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ପ୍ରକାଶ ମଲ୍ଲିକ ପୀଡ଼ିତାଙ୍କୁ ସାଇକଲରେ ବସେଇ ତାଙ୍କ ଘରକୁ ଯାଉଥିଲେ।

Advertisment

ଏହି ସମୟରେ ସଂପୃକ୍ତ ନାବାଳିକାର ମା’ ଓ ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରୁଥିଲେ। ନାବାଳିକା ଜଣକ ମା’ବାପାଙ୍କୁ ଦେଖି ସାଇକେଲରୁ ଡେଇଁ ପଡ଼ି କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ସବୁ କହିଥିଲେ। ଏହାପରେ ପରିବାର ଲୋକେ ପ୍ରକାଶ ମଲ୍ଲିକିଙ୍କୁ ନେଇ ଅଳୁକୁଣ୍ଡ ଫାଣ୍ଡିରେ ଜିମା ଦେବା ସହ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ରିପୋର୍ଟ – ଯାଜପୁରରୁ ସଂଜୀବ୍ ନାୟକ

Jajpur Minor Girl Rapped