Advertisment

ଜଙ୍ଗଲରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି; ଚଢ଼ାଉ କଲା ଅବକାରୀ ବିଭାଗ

ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ଅବକାରୀ ବିଭାଗ କୌଣସି ସୂତ୍ରରେ ଖବର ପାଇଥିଲା।

liquor

liquor

Advertisment

ଜଙ୍ଗଲରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଅବକାରୀ ବିଭାଗ ଚଢ଼ାଉ କରି ଜବତ କଲା କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ଦୁଇଶହ ଲିଟର ଦେଶୀ ମଦ। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ।

Advertisment

ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ଅବକାରୀ ବିଭାଗ କୌଣସି ସୂତ୍ରରେ ଖବର ପାଇଥିଲା। ଗତକାଲି କୋଇଡା ଅବକାରୀ ବିଭାଗ ଲହୁଣୀପଡା ଅବକାରୀ ବିଭାଗ ଓ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଓ ଚମ୍ପୁଆ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲା। ଅବକାରୀ କର୍ମଚାରୀଙ୍କୁ ଦେଖି ଛତ୍ର ଭଙ୍ଗ ଦେଇଥିଲେ ମଦ ମାଫିଆ। ପରେ ଅବକାରୀ ବିଭାଗ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ ଜବତ କରିଥିଲା। ଏହାସହ ମଦ ପୋଚ ନଷ୍ଟ କରିଥିଲା।

ଜଙ୍ଗଲରେ ମଦ ପ୍ରସ୍ତୁତ ପଛରେ ଏକ ବଡ଼ ରାକେଟ କାମ କରୁଥିବା ଅନୁମାନ କରାଯାଉଛି। ଏହାର ଚେର ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି କି ନାହିଁ ତାହା ତଦନ୍ତ କରୁଛି ଅବକାରୀ ବିଭାଗ।

Advertisment
Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe