Advertisment

ଶିମିଳିପାଳରେ ମାଳ ମାଳ ଶିକାରୀ; ୨୧ ଗିରଫ, ୧୬୫ ବନ୍ଧୁକ ଜବତ

ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଯାହା ମିଳିଛି ସମସ୍ତଙ୍କ ଆଖି ତାଟକା ହୋଇ ଯାଇଛି।

ଅଦ୍ୟତନ ହୋଇଛି
Gun Seized

Gun Seized

Advertisment

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ ମଧ୍ୟରେ ଶିମିଳିପାଳରେ ଗଡ଼ିଲାଣି ୨ ବନ କର୍ମଚାରୀଙ୍କ ମୁଣ୍ଡ।

Advertisment

ଏହାପରେ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଯାହା ମିଳିଛି ସମସ୍ତଙ୍କ ଆଖି ତାଟକା ହୋଇ ଯାଇଛି। ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ ।

ଏନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ଏହାକୁ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।

Advertisment

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗତ ମେ’ ମାସରେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଏହା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହାପରେ ଶିମିଳିପାଳର ୬ ଶହ ସୁରକ୍ଷା ସହାୟକ(ଠିକା ବନ କର୍ମଚାରୀ) ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୁଇଟି ଡିଭିଜନରେ ଥିବା ମୋଟ ୧୬ଟି ରେଞ୍ଚକୁ ପୁଲିସ୍‌ କର୍ମଚାରୀ ଜଗିଥିଲେ। ଏଥିସହ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ବେଳେ ୩୦ରୁ ଅଧିକ ବନ୍ଧୁକ ମିଳିଥିଲା । ଏ ପର୍ଯ୍ୟନ୍ତ ୨ଶହରୁ ଅଧିକ ବନ୍ଧୁକ ଜିଲ୍ଲା ପୁଲିସ ଜବତ୍ କରିସାରିଥିବା ଏସପି ସୂଚନା ଦେଇଛନ୍ତି।

Similipal National Park Bullets & Guns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe