Advertisment

ସାମାଜିକ କର୍ମୀର ପରିଚୟ ଦେଇ ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କୁ ବି ପିଟିଲେ

ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ କାରରେ ଟେକି ନେଇ କରିଛନ୍ତି ଗଣଦୁଷ୍କର୍ମ। ଏହି ସମୟରେ ଯୁବତୀଙ୍କ ସହ ଉପସ୍ଥିତ ଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଛନ୍ତି।

ଅଦ୍ୟତନ ହୋଇଛି
Pune

Pune

Advertisment

ସାମାଜିକ କର୍ମୀର ପରିଚୟ ଦେଇ ଜଘନ୍ୟକାଣ୍ଡ ଘଟାଇଛନ୍ତି ୩ ଜଣ ଯୁବକ। ସେମାନେ ଗୁରୁବାର ବିଳମ୍ବିତ ରାତିରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ କାରରେ ଟେକି ନେଇ କରିଛନ୍ତି ଗଣଦୁଷ୍କର୍ମ। ଏହି ସମୟରେ ଯୁବତୀଙ୍କ ସହ ଉପସ୍ଥିତ ଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରିଛନ୍ତି। ପୁଣେର ବୋପଦେବ ଘାଟ ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ଘଟିଛି।

Advertisment

ପୁଲିସ୍‌ ଏହି ଘଟଣାରେ କୋନଧୱା ଅଞ୍ଚଳରେ ରହୁଥିବା ଜଣେ ୩୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ପୀଡ଼ିତା ଓ ତାଙ୍କ ବନ୍ଧୁ ବୋପଦେବ ଘାଟ ଅଞ୍ଚଳରେ ବୁଲୁଥିବା ବେଳେ ପୂରା ଘଟଣା ଘଟିଛି।

୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜକୁ ସାମାଜିକ କର୍ମୀର ପରିଚୟ ଦେଇ ପୀଡ଼ିତା ଓ ତାଙ୍କ ବନ୍ଧୁଙ୍କ ପାଖକୁ ଆସିଥିଲା। ଏଠାରେ ପ୍ରେମୀ ଯୁଗଳ ବୁଲିବା ମନା କହିବା ସହ ସେମାନଙ୍କ ଫଟୋ ଉଠାଇ ନେଇଥିଲା। ଏହି ସମୟରେ ଆଉ ୨ ଜଣ ସେଠାରେ ଆସି ପହଞ୍ଚି ଯାଇଥିଲେ।

Advertisment

ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ଧମକ ଦେବା ସହ ବଳପୂର୍ବକ କାର୍‌ ଭିତରକୁ ଭିଡ଼ି ନେଇଥିଲା। ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ସେମାନେ ପ୍ରବଳ ମାଡ଼ ମାରିଥିଲେ। ସେ ମାଡ଼ ଖାଇ ତଳେ ପଡ଼ିଥିବା ବେଳେ ୩ ଅଭିଯୁକ୍ତ ଯୁବତୀଙ୍କୁ କାରରେ କିଛି ବାଟ ନେଇ ଯାଇଥିଲେ। ଏହାପରେ କାର ଭିତରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଗଣଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚମ୍ପଟ ମାରିଥିଲେ। ତାଙ୍କୁ ରାସ୍ତା କଡ଼ରୁ ଆଜି ଭୋରରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। କୋନଧୱା ପୁଲିସ୍‌ ଅଭିଯୋଗ ପାଇବା ପରେ ଜଣେ ସନ୍ଦିଗ୍ଧକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଫେରାର ଥିବା ୨ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ୧୦ଟି ଟିମ ଗଠନ କରାଯାଇଛି।

Stop Rape Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe