Advertisment

ପୁଣି ଜଣେ NEET ଆଶାୟୀଙ୍କ ଆତ୍ମହତ୍ୟା

ଚଳିତ ବର୍ଷ ଏହାକୁ ମିଶାଇ କୋଟାରେ ୨୯ ଜଣ ଶିକ୍ଷାର୍ଥୀ ଜୀବନ ହାରିଲେଣି।

author-image
Hemant Lenka
suicide

suicide

ରାଜସ୍ଥାନର କୋଟାରେ ପୁଣି ଜଣେ ଶିକ୍ଷାର୍ଥୀ ଜୀବନ ହାରିଛନ୍ତି। ନିଟ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୨୧ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଛି। ସେ ରୁମର ଫ୍ୟାନରେ ଓଡ଼ଣୀ ଲଗାଇ ଝୁଲି ପଡ଼ିଛନ୍ତି।

Advertisment

ଚଳିତ ବର୍ଷ ଏହାକୁ ମିଶାଇ କୋଟାରେ ୨୯ ଜଣ ଶିକ୍ଷାର୍ଥୀ ଜୀବନ ହାରିଲେଣି। ଏବେ ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ହେଲେ ୨୧ ବର୍ଷୀୟ ନିଶା ଯାଦବ। ତାଙ୍କ ଘର ଉତ୍ତର ପ୍ରଦେଶର ଅଉରାଇୟା ଜିଲ୍ଲା। ଏଠାରେ ସେ ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ମହାବୀର ନଗର ଅଞ୍ଚଳରେ ଥିବା ହଷ୍ଟେଲରେ ରହୁଥିଲେ।

ବୁଧବାର ରାତିରେ ନିଶାଙ୍କ ବାପା ତାଙ୍କୁ ଫୋନ କରିଥିଲେ। କିନ୍ତୁ ସେ କୌଣସି ପ୍ରକାରର ଜବାବ ଦେଇ ନଥିଲେ। ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ନିଶାଙ୍କ ବାପା ହଷ୍ଟେଲ କର୍ମଚାରୀଙ୍କୁ ଫୋନ କରିଥିଲେ। ଏଥିସହ ନିଶାଙ୍କ ସହ କଥାବାର୍ତ୍ତା କରାଇ ଦେବାକୁ କହିଥିଲେ।

Advertisment

ହଷ୍ଟେଲ କର୍ମଚାରୀମାନେ କବାଟ ବାଡ଼େଇ ଥିଲେ ମଧ୍ୟ ନିଶା କୌଣସି ଜବାବ ଦେଇ ନଥିଲେ। ସେମାନେ କବାଟ ଭାଙ୍ଗି ଦେଖିଲା ବେଳକୁ ନିଶା ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ।

ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ତେବେ ରୁମରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳି ନାହିଁ। ଏହାପୂର୍ବରୁ ନଭେମ୍ବର ୨୭ରେ ମଧ୍ୟ ଜଣେ ନିଟ୍ ଆଶାୟୀ ଜୀବନ ହାରିଥିଲେ।

Suicide NEET NEET Aspirant Suicide