Advertisment

ରାତି ଅଧରେ ଆସୁଥିଲେ, ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ

କ୍ଷତବିକ୍ଷତ ଶରୀର ଓ ଅସହାୟତା ଜୀବନକୁ ନେଇ ବଞ୍ଚୁଥିବା ରୀମା କିନ୍ତୁ ଭୟରେ ମୁହଁ ଖୋଲି ପାରୁନଥିଲେ। କାରଣ ମୁଣ୍ଡରେ ଘୂରି ବୁଲୁଥିଲା ଯୌନ ରାକ୍ଷସଙ୍କ ନାଲି ଆଖି। ତେଣୁ ସୂରୁଜ ଉଇଁବା ପୂର୍ବରୁ ଛାତରୁ ଆସି ବନ୍ଦୀ ରହିଥିବା ବାପାଙ୍କୁ ଘରୁ କାଢୁଥିଲେ।

ଅଦ୍ୟତନ ହୋଇଛି
Rape

Rape

Advertisment

ରାତି ଅଧରେ ଶୂନ୍‌ଶାନ୍‌ ହୋଇ ଯାଉଥିଲା ପୂରା ଗାଁ। ଆଉ ତାହାରି ଭିତରେ ଘରକୁ ଆସୁଥିଲେ ଯୌନ ରାକ୍ଷସ! ଛାତ ଉପରକୁ ଯୁବତୀଙ୍କୁ ଟେକି ନେଉଥିଲେ। ଖୋଲା ଆକାଶ ତଳେ ଜଣେ ପରେ ଜଣେ ତାଙ୍କୁ କରୁଥିଲେ ଦୁଷ୍କର୍ମ। ଆଉ ରାତି ପାହିବା ପୂର୍ବରୁ ଛାତ ଡେଇଁ ପଳାଇ ଯାଉଥିଲେ। ଗଲା ବେଳେ ଦେଇ ଯାଉଥିଲେ ମାରିଦେବାର ଧମକ। ଅସହାୟ ମାନସିକ ବିକାର ଗସ୍ତ ବାପାର ଝିଅ ସବୁ ଯନ୍ତ୍ରଣାକୁ ଛାତି ଭିତରେ ଜାବୁଡ଼ି ଧରି ସହି ଯାଉଥିଲେ। ମୁହଁ ଖୋଲିବାକୁ ସହାସ କରିପାରୁନଥିଲେ। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।

Advertisment

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ୨୨ ବର୍ଷୀୟା ରୀମା(ଛଦ୍ମନାମ)ଙ୍କ ଘର। କେବେଠାରୁ ମାଆଙ୍କୁ ହରାଇଥିଲେ। ମାନସିକ ବିକାରଗସ୍ତ ବାପାଙ୍କ ସହିତ ଘରେ ଏକାକୀ ରହୁଥିଲେ। ନିଜ ସମ୍ପର୍କୀୟଙ୍କ ସହିତ ଜମିବାଡ଼ି ବିବାଦ ଲାଗି ରହୁଥିବାରୁ କେହି ଘରକୁ ଯିବାଆସିବା କରୁନଥିଲେ। କହିବାକୁ ଗଲେ ରୋଗୀଣା ବାପାଙ୍କୁ ଧରି ନିର୍ବାସନ ଜୀବନ ଅତିବାହିତ କରୁଥିଲେ ରୀମା। ଏହାର ସୁଯୋଗ ନେଇ କିଛି ଯୌନ ରାକ୍ଷସ ତାଙ୍କ ଉପରେ ପକାଇଥିଲେ ଲୁଲୁପ ନଜର। ଆଉ ରାତି ଅଧରେ ତାଙ୍କ ଘରକୁ ଆସୁଥିଲେ।

ଅଭିଯୋଗ ଅନୁସାରେ ରାତି ପ୍ରାୟ ୧୦ ପରେ ଶୂନ୍‌ ଶାନ୍‌ ହୋଇଯାଉଥିଲା ଗାଁ ଦାଣ୍ଡ। ଆଉ ସେହି ଅନ୍ଧାର ରାତିରେ ଗାଁର ୬ରୁ ୭ ଜଣ ଯୁବକ ରୀମା ଘରେ ଜବରଦସ୍ତି ପଶୁଥିଲେ। ମାନସିକ ବିକାରଗସ୍ତ ବାପାଙ୍କୁ ଘରେ ପୂରାଇ ରୀମାଙ୍କୁ ଛାଡ଼ ଉପରକୁ ଟେକି ନେଉଥିଲେ। ରାତି ସାରା ଖୋଲା ଆକାଶ ତଳେ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରୁଥିଲେ। ହେଲେ ମୁହଁ ଖୋଲି ଚିତ୍କାର କରିପାରୁନଥିଲେ ରୀମା। ଦେହର ସବୁ ଯନ୍ତ୍ରଣାକୁ ଦେହରେ ଜାବୁଡି ଧରି ଆଖିର ଲୋହକୁ ପିଇ ଯାଉଥିଲେ। ଆଉ ରାତି ପାହି ଆସିବା ପୂର୍ବରୁ ପଳାଇ ଯାଉଥିଲେ ଯୌନ ରାକ୍ଷସ। ଗଲା ବେଳେ ଦେଇ ଯାଉଥିଲେ ଧମକ, କାହାକୁ କହିଲେ ଜୀବନରୁ ମାରିଦେବୁ।

Advertisment

କ୍ଷତବିକ୍ଷତ ଶରୀର ଓ ଅସହାୟତା ଜୀବନକୁ ନେଇ ବଞ୍ଚୁଥିବା ରୀମା କିନ୍ତୁ ଭୟରେ ମୁହଁ ଖୋଲି ପାରୁନଥିଲେ। କାରଣ ମୁଣ୍ଡରେ ଘୂରି ବୁଲୁଥିଲା ଯୌନ ରାକ୍ଷସଙ୍କ ନାଲି ଆଖି। ତେଣୁ ସୂରୁଜ ଉଇଁବା ପୂର୍ବରୁ ଛାତରୁ ଆସି ବନ୍ଦୀ ରହିଥିବା ବାପାଙ୍କୁ ଘରୁ କାଢୁଥିଲେ। ମନ ଭିତରେ ସବୁ ଦୁଃଖ ଓ ଯନ୍ତ୍ରଣାକୁ ବାପାଙ୍କ କୋଳରେ ଥୋଇ ଦେଉଥିଲେ ରୀମା। ହେଲେ ଭାଗ୍ୟର ବିଡ଼ମ୍ୱନା, ମାନସିକ ବିକାରଗସ୍ତ ବାପା କିନ୍ତୁ କିଛି ବୁଝି ପାରୁନଥିଲେ। ଖାଲି ଚୁପ୍‌ ରହୁଥିଲେ। ଯନ୍ତ୍ରଣାଶିକ୍ତ ଶରୀରକୁ ଧରି ଲାଗି ମାଟିରେ ଲୋଟି ପଡୁଥିଲେ। ଆଉ ବୁକୁ ଫଟାଇ କାନ୍ଦୁଥିଲେ। ହେଲେ ଶୁଣିବ କିଏ? କାହା ପାଖରେ ବଖାଣିବେ ରାତିର ନର୍କ ଯନ୍ତ୍ରଣା?

ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଏମିତି ପ୍ରାୟତଃ ପ୍ରତିଦିନ ଆସି ରୀମାଙ୍କୁ ଗଣ ଦୁଷ୍କର୍ମ କରୁଥିଲେ। ଏହାରି ଭିତରେ ସେ ୭ ମାସର ଗର୍ଭବତୀ ହୋଇଥିଲେ। ଏକଥା ଜାଣି ମଧ୍ୟ ଯୌନ ରାକ୍ଷସମାନେ ତାଙ୍କୁ ବାରମ୍ୱାର ଦୁଷ୍କର୍ମ କରୁଥିଲେ। ତାଙ୍କୁ ମାସାଧିକ ସମୟ ଗଣ ଦୁଷ୍କର୍ମ କରିଆସୁଥିଲେ। ସବୁ ମାନବିକତା ଭୁଲି ଯାଇଥିଲେ। ସୌଭାଗ୍ୟକୁ ରୀମାଙ୍କ ଯନ୍ତ୍ରଣା ଶୁଣିପାରିଥିଲେ ଗାଁର ଜଣେ ବ୍ୟକ୍ତି। ଆଉ ସେ ଏ ନେଇ ଢେଙ୍କାନାଳ ‘ସଖି’କୁ ଖବର ଦେଇଥିଲେ। ‘ସଖି’ କର୍ମଚାରୀମାନେ ଏନେଇ ସଦର ଥାନାକୁ ଖବର ଦେଇଥିଲେ।

ଅଭିଯୋଗକୁ ଭିତ୍ତିକରି ଆଜି ଉକ୍ତ ଗାଁରେ ପହଞ୍ଚିଥିଲା ପୁଲିସ୍‌। ପୀଡ଼ିତାଙ୍କୁ ଉଦ୍ଧାର କରି ‘ସଖି’ରେ ରଖିବା ସହିତ ତାଙ୍କୁ ଚିକିତ୍ସା ସହାୟତା ଯୋଗା ଦେଇଛି ପୁଲିସ୍‌। ଏପରିକି ପୀଡ଼ିତାଙ୍କ ବାପାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଢେଙ୍କାନାଳ ଏସ୍‌ପି ମାମଲାର ତଦନ୍ତ ପାଇଁ ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ଗାଁରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ମଧ୍ୟ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଛି।

ସେପଟେ ଏହି ଘଟଣାକୁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ ଦେଇଛନ୍ତି।

Odisha Police Gang Rape Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe