Advertisment

ଟଙ୍କା ଗଣତି ୨୨୦ କୋଟି ଛୁଇଁଲା, ୩୧ଟି ବ୍ୟାଗ୍ ବାକି ଅଛି, ଖରାପ ହୋଇଗଲା ୨ଟି ମେସିନ୍

ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆୟକର ବିଭାଗର ରେଡ୍ ଘଟଣାରେ ଚାଲିଛି ଟଙ୍କା ଗଣତି। ଟଙ୍କା ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ତ ହାଲିଆ ମେସିନ ବି ଖରାପ ହୋଇଗଲାଣି।

ଅଦ୍ୟତନ ହୋଇଛି
Balangir

Balangir

Advertisment

ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆୟକର ବିଭାଗର ରେଡ୍ ଘଟଣାରେ ଚାଲିଛି ଟଙ୍କା ଗଣତି। ଟଙ୍କା ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ତ ହାଲିଆ ମେସିନ ବି ଖରାପ ହୋଇଗଲାଣି। ଟଙ୍କା ଗଣତିରେ ଲାଗିଥିବା ୨ଟି ମେସିନ ଖରାପ ହୋଇଥିବା ସୂଚନା ମିଳିଛି। ଗଣତି କାର୍ଯ୍ୟରେ ୫୦ ଜଣ ବ୍ୟାଙ୍କ କର୍ମଚାରୀଙ୍କ ସହ ୨୫ଟି ମେସିନ ଲଗାଯାଇଛି। ଆହୁରି କିଛି ମେସିନ ବ୍ୟାକଅପରେ ରଖାଯାଇଛି।

Advertisment

୧୪୫ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଥିବା ବେଳେ ସେଥିରୁ ୨୨୦ କୋଟି ମିଳିଛି। ଆଉ ୩୧ଟି ବ୍ୟାଗରେ ଥିବା ଟଙ୍କାକୁ ଗଣତି କରାଯାଉଛି ବୋଲି ବଲାଙ୍ଗିର SBI ରିଜିଓନାଲ୍ ମ୍ୟାନେଜର ସୂଚନା ଦେଇଛନ୍ତି। ଆଜି ଛୁଟିଦିନରେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହି ଟଙ୍କା ଗଣତି କାମରେ ଲାଗିଛନ୍ତି।

ସେପଟେ ଆଜି ପଞ୍ଚମ ଦିନରେ ବଲାଙ୍ଗିର ସୁଦ୍ ପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ରେଡ୍ କରିଛି। ଚଢାଉ ବେଳେ ପୁଳା ପୁଳା ଟଙ୍କା ସହ କିଛି କାଗଜପତ୍ର ମଧ୍ୟ ଆୟକର ଅଧିକାରୀଙ୍କ ହାତରେ ଲାଗିଛି। ଭାଟି ଭିତରେ ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଟିଟିଲାଗଡ଼ ଓ ସମ୍ବଲପୁରରେ ଟଙ୍କା ଗଣତି ସରିଛି। ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ମିଳିଛି।

Advertisment
Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe