Advertisment

ଶିମିଳିପାଳ: ଚଢାଉ ବେଳେ ୨୩ଟି ଦେଶୀ ବନ୍ଧୁକ ଜବତ

ପୁର୍ବ ରୁ ପୁଲିସ ଶିମିଳିପାଳ ଅଭୟାରଣ୍ୟ ରେ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ବନ୍ଧୁକ ଜବତ କରିଥିଲା। ଏବେ ପୁଣି ୨୩ ଟି ଦେଶୀ ବନ୍ଧୁକ ଜବତ ହୋଇଛି।

ଅଦ୍ୟତନ ହୋଇଛି
Baripada

Baripada

Advertisment

ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ଗାଁ ଗୁଡ଼ିକରୁ ୨୩ଟି ଦେଶୀ ବନ୍ଧୁକ ଜବତ କରିଛି ମୟୁରଭଞ୍ଜ ପୁଲିସ। ଶିମିଳିପାଳ ଅଭୟାରଣ୍ୟରେ ଲଗାତାର ଶିକାର ହେଉଥିବା ଅଭିଯୋଗ ହେବା ପରେ ପୁଲିସ୍ ତତ୍ପରତା ପ୍ରକାଶ କରି ଏହି ଚଢ଼ାଉ କରିଥିଲେ।

Advertisment

ଗତ ଦୁଇ ମାସ ଭିତରେ ଶିମିଳିପାଳ ଅଭୟାରଣ୍ୟର ଆଖ ପାଖରେ ଥିବା ୮ଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ବନ୍ଧୁକ ଜବତ କରିଥିବା ପୁଲିସ କହିଛି। ତେବେ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଧୁକ ମୁକ୍ତ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ପେଶାଲ ଡ୍ରାଇଭ୍‌କୁ ଆଗକୁ ଚାଲୁ ରଖାଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି। ତେବେ ଏହି ଘଟଣାରେ କାହାରିକୁ ଗିରଫ କରା ଯାଇନଥିବା ବେଳେ ଶିକାରୀମାନେ ଏହି ବନ୍ଧୁକକୁ ଜଙ୍ଗଲରେ ଲୁଚାଇ ରଖିଥିବା ବେଳେ ପୁଲିସ ଏହାକୁ ଜବତ କରିଛି।

Baripada Native Guns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe