Advertisment

ଅଜା, ଆଈ ଓ ମାମୁଙ୍କୁ ନିର୍ମମ ଭାବେ ହତ୍ୟା କଲା ୨୩ ବର୍ଷୀୟ ଯୁବକ

ନ୍ୟୁଜର୍ସି ସ୍ଥିତ ଘର ଭିତରେ ହତ୍ୟାକାଣ୍ଡ ଘଟିଥିଲେ ହେଁ ଏହା ପଛର କାରଣ ଜଣାପଡ଼ିନାହିଁ। ପୁଲିସ୍‌ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

author-image
Hemant Lenka
US

US

ଆମେରିକାର ନ୍ୟୁଜର୍ସିର ସାଉଥ ପ୍ଲେନଫ୍ଲିଡରେ ଘଟିଥିବା ଟ୍ରିପଲ ମର୍ଡର ଘଟଣା ଗୁଜରାଟର ଆନନ୍ଦ ଜିଲ୍ଲାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ଜଣେ ୨୩ ବର୍ଷୀୟ ଯୁବକ ତା’ର ଅଜା, ଆଈ ଓ ମାମୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛି। ନ୍ୟୁଜର୍ସି ସ୍ଥିତ ଘର ଭିତରେ ହତ୍ୟାକାଣ୍ଡ ଘଟିଥିଲେ ହେଁ ଏହା ପଛର କାରଣ ଜଣାପଡ଼ିନାହିଁ। ପୁଲିସ୍‌ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ୍‌ ୨୩ ବର୍ଷୀୟ ଓମ ବ୍ରହ୍ମଭଟ୍ଟକୁ ଗିରଫ କରିଛି। ସେ ତା’ର ଅଜା ଦିଲୀପ କୁମାର(୭୨), ତାଙ୍କ ପତ୍ନୀ ବିନ୍ଦୁ ଓ ଦମ୍ପତିଙ୍କ ୩୮ ବର୍ଷୀୟ ପୁଅ ୟଶ କୁମାରଙ୍କୁ ଗୁଳି କରିଥିଲା। ଘଟଣା ସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ଅବସ୍ଥାରେ ହସ୍ପିଟାଲରେ ୟଶ କୁମାର ଆଖି ବୁଜିଥିଲେ। ପୁଲିସ୍‌ର କହିବା କଥା ଯେ ପୀଡ଼ିତମାନେ କୋପ୍ପୋଲା ଡ୍ରାଇଭ ସ୍ଥିତ ଘରେ ରହୁଥିଲେ। ସୋମବାର ସକାଳେ ଓମ ସେଠାରେ ପହଞ୍ଚି ସମସ୍ତଙ୍କୁ ହତ୍ୟା କରିଛି।

ସମସ୍ତେ ଗୁଜରାଟ ଆନନ୍ଦର ମୂଳବାସିନ୍ଦା। ଦିଲୀପ କୁମାର ଜଣେ ପୁଲିସ୍‌ ସବ ଇନସପେକ୍ଟର ଭାବେ ବିଲିମୋରାରେ କାମ କରୁଥିଲେ। ଅବସର ପରେ ସେ ଆନନ୍ଦରେ ରହିବା ଆରମ୍ଭ କରିଥିଲେ। ନିକଟରେ ସେ ପତ୍ନୀଙ୍କ ସହ ଆମେରିକାରେ ରହୁଥିବା ପୁଅ ୟଶ କୁମାରଙ୍କ ପାଖକୁ ଯାଇଥିଲେ। ଓମଙ୍କ ସହ ସେମାନଙ୍କର କୌଣସି ସମ୍ପର୍କ ନଥିଲା।

Advertisment

ତେବେ ଓମ ଆମେରିକାରେ ଅଧିକ ପାଠପଢ଼ିବା ପାଇଁ ଯାଇଥିବା ଦିଲୀପ କୁମାର ଜାଣିବାକୁ ପାଇଥିଲେ। ଏସବୁ ଭିତରେ ଓମ ହଠାତ୍‌ ଅଜା, ଆଈ ଓ ମାମୁ ରହୁଥିବା ଘରେ ପହଞ୍ଚି ସେମାନଙ୍କୁ ଗୁଳି କରିଛି।

ହେଲେ ଏହା ପଛର କାରଣ କିଛି ବି ଜଣାପଡ଼ିନି। ଗୁଳି ମାଡ଼ର ଶବ୍ଦ ଶୁଣି ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଓମକୁ ଗିରଫ କରିଥିଲା।

Murder USA Gujarat