Advertisment

ପ୍ରେମିକାଙ୍କୁ ମାରି ପେଟ୍ରୋଲ ଢାଳି ଜାଳିଦେଲା ନୃଶଂସ ପ୍ରେମିକ!

ଗତ ଶନିବାର ଯୋଜନା କରି ପ୍ରେମିକା ମନ୍ଦାକିନୀଙ୍କୁ ଡକାଇଥିଲେ ଲିଙ୍ଗରାଜ। ଆଉ ପ୍ରେମିକଙ୍କଠାରୁ ଡାକରା ପାଇ ଘର ଲୋକଙ୍କୁ କିଛି ନକହି ଚୁପ୍‌ଚାପ୍‌ ବସ୍‌ରେ ପଳାଇ ଆସିଥିଲେ ମନ୍ଦାକିନୀ। ସେ ପ୍ରେମିକଙ୍କ ଗାଁ ନିକଟସ୍ଥ ଲୁତୁରପଙ୍କ ଛକରେ ଓହ୍ଲାଇଥିଲେ।

Crime

Crime

Advertisment

ପ୍ରେମକୁ କିଏ କେଉଁ ଭାଷାରେ ବ୍ୟାକ୍ଷା କରେ। ହେଲେ ଏ ଅଜବ ଦୁନିଆରେ ଦେଖିବାକୁ ମିଳିଛି ଗଜବ ପ୍ରେମ କାହାଣୀ। ସାମାନ୍ୟ ସନ୍ଦେହରେ ପ୍ରେମିକାକୁ ମାରି ପେଟ୍ରୋଲ ଢାଳି ଜାଳି ଦେଲା ନୃଶଂସ ପ୍ରେମିକ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲି ଗାଁରେ ଘଟିଛି।

Advertisment

ସମ୍ବଲପୁର ଜିଲ୍ଲା କତରବା ଥାନା ଲାଉବାହାଲ ଗାଁର ମନ୍ଦାକିନୀ ପଟନିଆଁଙ୍କୁ ପ୍ରେମ କରୁଥିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଓବଲିପାଲି ଗାଁର ଲିଙ୍ଗରାଜ ଦେହୁରୀ। ମନ୍ଦାକିନୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଏ ପ୍ରେମ ସମ୍ପର୍କ ଦୀର୍ଘ ଦିନର। ବାହା ହେବା ପାଇଁ ଉଭୟ ପରସ୍ପରକୁ କଥା ଦେଇଥିଲେ। ହେଲେ ଉଭୟଙ୍କ ନିଚ୍ଛକ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ସନ୍ଦେହ। ପ୍ରେମିକା ମନ୍ଦାକିନୀ ଆଉ ଜଣେ ଯୁବକଙ୍କ ସହିତ କଥା ହେଉଥିବା ସନ୍ଦେହ କରୁଥିଲେ ଲିଙ୍ଗରାଜ। ଯେଉଁଥିପାଇଁ ତାଙ୍କ ମନରେ ମନ୍ଦାକିନୀଙ୍କ ପ୍ରତି ଘୃଣାଭାବ ଜାତ ହୋଇଥିଲା। ଆଉ ମନ୍ଦିକିନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଲିଙ୍ଗରାଜ।

ଗତ ଶନିବାର ଯୋଜନା କରି ପ୍ରେମିକା ମନ୍ଦାକିନୀଙ୍କୁ ଡକାଇଥିଲେ ଲିଙ୍ଗରାଜ। ଆଉ ପ୍ରେମିକଙ୍କଠାରୁ ଡାକରା ପାଇ ଘର ଲୋକଙ୍କୁ କିଛି ନକହି ଚୁପ୍‌ଚାପ୍‌ ବସ୍‌ରେ ପଳାଇ ଆସିଥିଲେ ମନ୍ଦାକିନୀ। ସେ ପ୍ରେମିକଙ୍କ ଗାଁ ନିକଟସ୍ଥ ଲୁତୁରପଙ୍କ ଛକରେ ଓହ୍ଲାଇଥିଲେ। ସେତେବେଳକୁ ସଞ୍ଜ ନଇଁ ଆସିଥିଲା। ଝାପ୍‌ସା ଅନ୍ଧକାର ଭିତରେ ସାଇକେଲ୍‌ ଧରି ପହଞ୍ଚିଥିଲେ ପ୍ରେମିକ ପ୍ରବର ଲିଙ୍ଗରାଜ। ତାଙ୍କ ସାଇକେଲ୍‌ରେ ବସି ହୀରାପାଲି ଯାଇଥିଲେ ମନ୍ଦାକିନୀ। ସେଠାରୁ ପହଞ୍ଚିଲା ପରେ ଉଭୟଙ୍କ ଭିତରେ ପ୍ରଥମେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କଥାବାର୍ତ୍ତା ଭିତରେ ‘ତୁ କାହିଁକି ଅନ୍ୟ ଜଣେ ଯୁବକ ସହିତ କଥା ହେଉଛୁ’ ବୋଲି ଲିଙ୍ଗରାଜ ପଚାରିଥିଲେ। ଥରେ କି ଦୁଇ ଥର ନୁହେଁ, ବାରମ୍ୱାର ପଚାରିଥିଲେ। ଯାହାକୁ ବିରୋଧ କରିଥିଲେ ମନ୍ଦାକିନୀ। ‘ମୁଁ କାହା ସହିତ କଥା ହେଉନି’ ବୋଲି ସଫେଇ ଦେଇଥିଲେ ମନ୍ଦାକିନୀ। ହେଲେ ବୁଝିବା ସ୍ଥିତିରେ ନଥିଲେ ଲିଙ୍ଗରାଜ।

Advertisment

ଯୁକ୍ତିତର୍କ ଭିତରେ ଅନ୍ଧକାର ରାତିରେ ରାସ୍ତା ପାର୍ଶ୍ୱରେ ମନ୍ଦାକିନୀଙ୍କୁ ତଳେ ପକାଇ ମାଡ଼ି ବସିଥିଲେ ଲିଙ୍ଗରାଜ। ତା’ପରେ ତାଙ୍କ ତଣ୍ଡି ଚିପି ମାରିଦେଇଥିବା ଅଭିଯୋଗ ହୋଇଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ମୃତଦେହକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ତା’ପରେ ସେ ଘରକୁ ଫେରିଥିଲେ ଲିଙ୍ଗରାଜ। ନିଜ ହାତରେ ପ୍ରେମିକାକୁ ମାରିଥିବାରୁ ମନ ଭିତରେ ଭୟ ଘାରିଥିଲା। କୁଆଡ଼େ ଧରାପଡ଼ିଯିବ କି? ସେହି ଭୟରେ ପୁଣି ଥରେ ନିଜ ସାଇକେଲ୍‌ ଧରି ଘରୁ ବାହାରିଲେ ଲିଙ୍ଗରାଜ। ଆଉ ସାଥୀରେ ପେଟ୍ରୋଲ୍‌ ଧରି ଆସିଥିଲେ। ଗଛରୁ ମୃତଦେହ ଓହ୍ଲାଇ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ରବିବାର ସକାଳେ ହୀରାପାଲି ଗାଁ ଲୋକ ଦରପୋଡ଼ା ମୃତଦେହ ପଡ଼ିଥିବା ଦେଖି ବୀରମହାରାଜପୁର ଥାନାକୁ ଖବର ଦେଇଥିଲେ।

ପୁଲିସ୍‌ ଦରପୋଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ମୃତଦେହଟି ମନ୍ଦାକିନୀଙ୍କର ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ୍‌ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲା। ପରିବାର ଲୋକଙ୍କ ତଥ୍ୟ ଆଧାରରେ ପୁଲିସ୍‌ ବଲିପାଲି ଗାଁର ଲିଙ୍ଗରାଜଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଜେରା ବେଳେ ହତ୍ୟା କରିଥିବା ଲିଙ୍ଗରାଜ ସ୍ୱୀକାର କରିଥିବା ଜଣାପଡ଼ିଛି। ଏହା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Love Crime Story Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe