Advertisment

୨୪୦ ବ୍ରିଟିଶ ସ୍ୱର୍ଣ୍ଣ ମୁଦ୍ରା ରହସ୍ୟ: ଶ୍ରମିକ ପାଇଲେ, ଚୋରି କରି ନେଇଗଲା ପୁଲିସ୍‌

୧୯୨୨ରେ ବ୍ରିଟିଶରମାନେ ଏପରି କଏନକୁ ସୀମିତ ସମୟ ପାଇଁ ପ୍ରଚଳନ କରିଥିଲେ। ଏହାର ଓଜନ ୭.୦୮ ଗ୍ରାମ ହୋଇଥିବା ବେଳେ ରାଜା ଜର୍ଜ ପଞ୍ଚମ ଫଟୋ ରହିଛି। ୯୦% ସୁନାରେ ଏହାକୁ ତିଆରି କରାଯାଇଥିଲା।

author-image
Hemant Lenka
Coin

Coin

ଗୁଜରାଟର ଗୋଟିଏ ପୁରୁଣା ଘରୁ ମିଳିଥିବା ୨୪୦ ବ୍ରିଟିଶ ଯୁଗର ସୁନା କଏନକୁ ନେଇ ରହସ୍ୟ ଜାରି ରହିଛି। ଏହା ଗୁଜରାଟରୁ ମିଳିବା ପରେ ଗରିବ ଶ୍ରମିକମାନେ କଏନଗୁଡ଼ିକୁ ମଧ୍ୟପ୍ରଦେଶ ଆଣିଥିଲେ। କିନ୍ତୁ ଏହାକୁ ୪ ଜଣ ପୁଲିସ୍‌ କର୍ମଚାରୀ ଚୋରି କରି ଫେରାର ହୋଇଯାଇଛନ୍ତି।

Advertisment

ଗୋଟିଏ ଲେଖାଏ ସ୍ୱର୍ଣ୍ଣ ମୁଦ୍ରାର ଦାମ ୩ରୁ ୪ ଲକ୍ଷ ଟଙ୍କା ହେବ। ପୁଲିସ୍‌ କର୍ମଚାରୀମାନେ ଏହାକୁ ନେଇ ଫେରାର ହୋଇଯାଇଥିବାରୁ ମଧ୍ୟପ୍ରଦେଶ ପୁଲିସ୍‌ ତଦନ୍ତ ପାଇଁ ‌ଏସଆଇଟି ଗଠନ କରିଛି।

ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ରାମକୁବାଈ ପୁଲିସ୍‌ରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଓ ତାଙ୍କ ପରିବାର ଲୋକ ଗୁଜରାଟର ନବସାରି ଜିଲ୍ଲାରେ ଶ୍ରମିକ ଭାବେ କାମ କରୁଥିଲେ।

Advertisment

ସେମାନେ ସେଠାରେ ଗୋଟିଏ ପୁରୁଣା ଘରକୁ ଭାଙ୍ଗୁଥିବା ବେଳେ ସ୍ୱର୍ଣ୍ଣ ମୁଦ୍ରା ଗୁଡ଼ିକ ପାଇଥିଲେ। ସେ ସବୁ କଏନକୁ ଧରି ଘରୁ ଆସିଥିଲା। ହେଲେ ୪ ଜଣ ପୁଲିସ କର୍ମଚାରୀ ଏହାକୁ ଲୁଟି ନେଇଛନ୍ତି। କିନ୍ତୁ ଗୋଟିଏ ମୁଦ୍ରା ତାଙ୍କ ପାଖରେ ରହି ଯାଇଛି। ଏହି ମୁଦ୍ରାକୁ ଦେଖାଇ ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। 

ଏବେ ଥିବା କଏନକୁ ‌ଅନୁଶୀଳ କରାଯାଇଛି। ୧୯୨୨ରେ ବ୍ରିଟିଶରମାନେ ଏପରି କଏନକୁ ସୀମିତ ସମୟ ପାଇଁ ପ୍ରଚଳନ କରିଥିଲେ। ଏହାର ଓଜନ ୭.୦୮ ଗ୍ରାମ ହୋଇଥିବା ବେଳେ ରାଜା ଜର୍ଜ ପଞ୍ଚମ ଫଟୋ ରହିଛି। ୯୦% ସୁନାରେ ଏହାକୁ ତିଆରି କରାଯାଇଥିଲା। ଏସ୍‌ଆଇଟି ଆଶା କରିଛି ଯେ ଚୋରି ହୋଇଥିବା ସବୁ କଏନ ଏହି ଧରଣର ହୋଇଥିବ।

ରାମକୁବାଈ କହିଛନ୍ତି ଯେ ୨୪୦ ସ୍ୱର୍ଣ୍ଣ ମୁଦ୍ରାକୁ ଧରି ସେ ଓ ତାଙ୍କ ପରିବାର ଲୋକ ବଜଦା ଗାଁକୁ ଆସିଥିଲେ। ଏହାପରେ ସବୁ କଏନକୁ ଘରେ ଗାତ ଖୋଳି ପୋତି ଦେଇଥିଲେ। ରାମକୁବାଈଙ୍କ ଗୁଜରାଟର ବିଲିମୋରା ଠାରେ ଥିବା ଗୋଟିଏ ପୁରୁଣା ଘର ଭାଙ୍ଗିବାକୁ ଟଙ୍କା ମିଳିଥିଲା।

ଉକ୍ତ ଘରର ମାଲିକ ଇମତିୟାଜ ବଲିୟା ଲଣ୍ଡନରେ ରୁହନ୍ତି। ସେ ଜଣେ କଣ୍ଟ୍ରାକ୍ଟରଙ୍କୁ ଘର ଭାଙ୍ଗିବାକୁ କହିଥିଲେ। କଣ୍ଟ୍ରାକ୍ଟର ଜଣଙ୍କ ରାମକୁବାଈ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏହି କାମରେ ନିୟୋଜିତ କରିଥିଲେ।

ଅଲିରାଜପୁର, ଝାବୁଆ ଓ ମଧ୍ୟପ୍ରଦେଶର ଅନେକ ଜିଲ୍ଲାର ଆଦିବାସୀମାନେ ପ୍ରାୟତଃ ଗୁଜରାଟ ଓ ରାଜସ୍ଥାନକୁ କାମ କରିବାକୁ ଯାଆନ୍ତି। ଏହିକ୍ରମରେ ରାମକୁବାଈ ଓ ତାଙ୍କ ପରିବାର ଲୋକ କାମ କରିବାକୁ ଗୁଜରାଟ ଯାଇଥିଲେ। 

ରାମକୁବାଈ ଘର ଭିତରେ କଏନ ପୋତି ଥିଲେ ମଧ୍ୟ ଏ ସମ୍ପର୍କରେ ପୁଲିସ୍‌ କେମିତି ସୂଚନା ପାଇ ଯାଇଥିଲା। ଜୁଲାଇ ୧୯ ତାରିଖ ସକାଳ ସମୟରେ ସୋଣ୍ଡୱା ପୁଲିସ୍‌ ଷ୍ଟେସନ ହାଉସ ଅଫିସର ବିଜୟ ଦେବଡା, କନଷ୍ଟେବଲ ରାକେଶ, ବୀରେନ୍ଦ୍ର ଓ ସୁରେନ୍ଦ୍ର ସାଦା ପୋଷାକରେ ରାମକୁବାଈଙ୍କ ଘରେ ପହଞ୍ଚିଥିଲେ।

ସେଠାରେ ସେମାନେ ପରିବାର ସଦସ୍ୟଙ୍କୁ ଠେଲାପେଲା ସହ ଧମକଚମକ ଦେଇଥିଲେ। ଏହାପରେ ସୁନା କଏନଗୁଡ଼ିକ ଧରି ଚାଲି ଯାଇଥିଲେ। ଜୁଲାଇ ୨୦ ତାରିଖରେ ପୁଲିସ୍‌ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ସହ ସମସ୍ତଙ୍କୁ ନିଲମ୍ବିତ କରିଛି।

ଏଆଇଟି ମୁଖ୍ୟ ଏସଏସ ସେନଗର କହିଛନ୍ତି, ତଦନ୍ତକାରୀ ଅଧିକାରୀଙ୍କୁ ୨ଟି ଟିମରେ ଭାଗ କରାଯାଇଛି। ଗୋଟିଏ ଟିମ ରାମକୁବାଈ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ଗୁଜରାଟ ଯାଇଛି। ଆଉ ଗୋଟିଏ ଟିମ ଫେରାର ଥିବା ୪ ପୁଲିସ୍‌ କର୍ମଚାରୀଙ୍କୁ ଖୋଜୁଛି।

Madhya Pradesh Gujarat