Advertisment

୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା

ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।

author-image
Niharika Rout
Loot

Loot

ରାତିର ଅନ୍ଧକାରରେ ଅଳଙ୍କାର ବ୍ୟବସାୟୀଙ୍କ ନିକଟରୁ ହେଲା ସଶସ୍ତ୍ର ଡକାୟତି। ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା। ଏପରି ଏକ ସଶସ୍ତ୍ର ଡକାୟତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଉର୍ତ୍ତୀ ଛକ ନିକଟରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀଜଣକ ହେଲେ ହିରଣ୍ୟମୟୀ ସାହୁ ।

Advertisment

ହିରଣ୍ୟମୟୀ ସାହୁଙ୍କର ଉର୍ତ୍ତୀ ଛକରେ ‘ଓମ୍ ଜୁଏଲାରୀ’ ନାମକ ଦୋକାନ ରହିଛି। ଗତ ରାତି ପ୍ରାୟ ୯ଟା ବେଳେ ହିରଣ୍ୟମୟୀ ସାହୁ ଏକ ବ୍ୟାଗ୍‌ରେ ସବୁ ସୁନା ଅଳଙ୍କାର ଧରି ନିଜ ସାନ ପୁଅ ସହିତ ଘରକୁ ଫେରୁଥିଲେ। ଏହି ସମୟରେ ଦୋକାନଠାରୁ ମାତ୍ର ଶହେ ମିଟର ଦୂରରେ ଆଗରୁ ଛକି ବସିଥିବା ୬ ଜଣ ଦୁବୃର୍ତ୍ତ ସେମାନଙ୍କୁ ଅଟକାଇଥିଲେ।

 ସେମାନେ ବନ୍ଧୁକ ଏବଂ ଭୁଜାଲି ଦେଖାଇ ବାପପୁଅଙ୍କୁ ଭୟଭୀତ କରି ଅଳଙ୍କାର ଭର୍ତ୍ତି ଛଡ଼ାଇ ନେବାକୁ ଚେଷ୍ଠା କରିଥିଲେ। ମାତ୍ର ପ୍ରଥମେ ବାପପୁଅ ଏହାକୁ ବିରୋଧ କରିଥିବା ବେଳେ ସେମାନେ ଉଭୟଙ୍କୁ ପ୍ରବଳ ପିଟିବା ସହ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ। ଏହାପରେ ଦୁଇଟି ବାଇକ୍ ଯୋଗେ କରଞ୍ଜିଆ ରାସ୍ତାରେ ଫେରାର ଯାଇଥିଲେ ।

Advertisment

ପରେ ହିରଣ୍ୟମୟୀ ଛକକୁ ଯାଇ ଲୋକଙ୍କୁ ଲୁଟ୍‌ ସମ୍ପର୍କରେ ସୂଚନା ଦେଇଥିଲେ। କିଛି ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ତାଙ୍କର ଟେର ପାଇନଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ସନ୍ଧାନ ମିଳି ପାରି ନ ଥିବା ଜଣାଯାଇଛି।

Loot Keonjhar