Advertisment

ସୁନା ଦୋକାନରୁ ସଶସ୍ତ୍ର ଡକାୟତି, ନେଇଗଲେ ୨୫ ଲକ୍ଷ ଟଙ୍କାର ଅଳଙ୍କାର

ସକାଳ ପ୍ରାୟ ୧୦ଟା ୪୦ ବେଳେ ୫ ଜଣ ଅଜ୍ଞାତ ଲୋକ ଦୋକାନ ଭିତରେ ପଶିଥିଲେ।

author-image
Jitendra Garnayak
Gold Shop

Gold Shop

ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଆଜି ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ସୁନା ଓ ରୁପା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଥିବା ବେଳେ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment

ସୁନା ଦୋକାନ ମାଲିକ ଅନନ୍ତ ଚରଣ ସାହୁ କହିଛନ୍ତି, ସକାଳ ପ୍ରାୟ ୧୦ଟା ୪୦ ବେଳେ ୫ ଜଣ ଅଜ୍ଞାତ ଲୋକ ଦୋକାନ ଭିତରେ ପଶିଥିଲେ। ସେମାନେ ଦୁଇଟଇ ବାଇକ୍‌ରେ ଆସିଥିଲେ। ସେମାନେ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ସୁନା ଓ ରୁପା ଅଳଙ୍କାର ଲୁଟି ନେଇ ଥିଲେ । ସେମାନେ ପରସ୍ପର ମଧ୍ୟରେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିଲେ। ଲୁଟ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ଖୁବ୍ ଅଳ୍ପ ସମୟ ମଧ୍ୟରେ ଏହି ଘଟଣା ଘଟିଥିଲା। ପୁଲିସ୍ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ସେଥିରେ ଦେଖିବାକୁ ମିଳିଛି ଯେ ୫ ଜଣ ଲୁଟେରା ଦୁଇଟି ବାଇକ୍‌ରେ ଆସିଛନ୍ତି। ଆସିଲା ବେଳେ ସେମାନେ ସାଧାରଣ ଗ୍ରାହକ ଭଳି ଦେଖାଯାଉଥିଲେ। ଯେଉଁ ଦୁଇ ଜଣ ବାଇକ୍ ଚଲାଉଥିଲେ ସେମାନେ ହେଲ୍‌ମେଟ୍ ପିନ୍ଧିଥିଲେ। କିନ୍ତୁ ଗଲା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମୁହଁରେ ରୁମାଲ ବାନ୍ଧିଥିଲେ। ଡକାୟତମାନଙ୍କୁ ଧରିବା ପାଇଁ ପୁଲିସ୍ ପ୍ରୟାସ କରୁଛି।

Advertisment
Loot Gold Loot