Advertisment

୨୫ ଚୋରା ବାଇକ ଜବତ, ୨ ଚୋରଙ୍କ ସମେତ ୫ ଗିରଫ

ଉକ୍ତ ଦୁଇ ଚୋରଙ୍କ ସହିତ ସେମାନଙ୍କ ଠାରୁ ଚୋରା ବାଇକ କିଣିଥିବା ତିନି ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

Police

Police

Advertisment

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୫ଟି ଚୋରା ବାଇକ ଜବତ କରିଛି। ଏହା ସହିତ ଦୁଇ ଜଣ ଚୋରଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟ ତିନି ଜଣ ବ୍ୟକ୍ତି ଚୋରା ବାଇକ କିଣିଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତଙ୍କ ଅନୁପସ୍ଥିତିରେ ସୁନାବେଡ଼ା ଏସଡିପିଓ ମନବ୍ରତା ଶତପଥୀ ଏହି ସୂଚନା ଦେଇଛନ୍ତି।

Advertisment

ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ୪ଟି ବାଇକ ଚୋରି ହୋଇଥିଲା। ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟେ ଥିବା ଏକ କଲୋନୀରେ କିଛି ଦୁର୍ବୃତ୍ତ ଘର ଭଡ଼ା ନେଇ ରହୁଥିବା ଓ ସୁଯୋଗ ଦେଖି ବାଇକ ଚୋରି କରୁଥିବା ପୁଲିସ ପାଖରେ ଖବର ପହଞ୍ଚିଥିଲା। ପୁଲିସ ସେଇ ଦୁଇ ଜଣଙ୍କୁ ଆଣି ପଚରା ଉଚରା କରିବା ପରେ ସବୁ ଗୁମର ଫିଟିଥିଲା।

ସେମାନେ ଲକ୍ଷ୍ମୀପୁର, କାକିରିଗୁମା, ନାରାୟଣପାଟଣା, କୁମ୍ଭିକୋଟା, କାଶୀପୁର ଓ ଟିକିରି ଅଞ୍ଚଳରୁ ବାଇକ ଚୋରି କରି ବିଭିନ୍ନ ସ୍ଥାନରେ ବିକ୍ରି କରିଥିବା ପୁଲିସ ଆଗରେ ମାନିଥିଲେ। ସେମାନଙ୍କ ସୂଚନା ଆଧାରରେ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, ଏସ୍ଆଇ ମାନସ ପ୍ରଧାନ ଓ କାକିରିଗୁମା ଆଇଆଇସି ଡମ୍ବରୁଧର ବର୍ତିଆ ରାୟଗଡ଼ା ଜିଲ୍ଲା ପଦ୍ମପୁର ପୁଲିସର ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୨୫ଟି ବାଇକ ଜବତ କରିଥିଲେ।

Advertisment

ଉକ୍ତ ଦୁଇ ଚୋରଙ୍କ ସହିତ ସେମାନଙ୍କ ଠାରୁ ଚୋରା ବାଇକ କିଣିଥିବା ତିନି ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ତେବେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଫେରାର ହୋଇଛି। ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe