Advertisment

୩ ଟଙ୍କା ଫେରାଇଲେନି, ଗଣିବେ ୨୫ ହଜାର ଫାଇନ୍‌

ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ଅଦ୍ୟତନ ହୋଇଛି
samblpur

samblpur

Advertisment

୩ ଟଙ୍କା ପାଇଁ ୨୫ ହଜାର ଟଙ୍କା ତଣ୍ଡ ଗଣିବେ ଜେରକ୍ସ ଦୋକାନୀ। ମାସେ ମଧ୍ୟରେ ପଇସା ନ ଦେଲେ ଗଣିବେ ଉଚ୍ଚ ହାରର ସୁଧ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

Advertisment

ଗତ ଏପ୍ରିଲ ୨୮ ତାରିଖ ଦିନ ସମ୍ବଲପୁରର ଜଣେ ବ୍ୟକ୍ତି ବୁଢାରଜା ଅଞ୍ଚଳରେ ଥିବା ଏକ ଜେରକ୍ସ ଦୋକାନକୁ ଆସିଥିଲେ।  ଫଟୋ କପି ଜେରେକ୍ଯ ପାଇଁ ଗ୍ରାହକ ଜଣଙ୍କ ଦୋକାନୀକୁ କହିଥିଲେ। ଦୋକାନୀ ମଧ୍ୟ ଫଟୋ କପି ଜେରେକ୍ଯ କରି ଦେଇଥିଲା। ଗ୍ରାହକ ଜଣଙ୍କ  ଦୋକାନୀଙ୍କୁ ୫ ଟଙ୍କା ଦେଇଥିଲେ। ହେଲେ ଦୋକାନୀ ତାଙ୍କୁ ଅବଶିଷ୍ଟ ପଇସା ଫେରାଇ ନଥିଲେ। 

ବ୍ୟକ୍ତି ଜଣଙ୍କ ଜେରେକ୍ସ ବାବଦକୁ  ୨  ଟଙ୍କା ରଖି ୩ ଟଙ୍କା ଦେବାକୁ ଦୋକାନୀକୁ କହିଥିଲେ।  ଦୋକାନୀ ଜଣଙ୍କ ଗୋଟିଏ କପି ଜେରେକ୍ଯର ଦାମ ୫ ଟଙ୍କା ବୋଲି କହିଥିଲେ। ସବୁ ଦୋକାନ ଗୋଟିଏ କପି ଜେରେକ୍ସ ବାବଦକୁ ୨ଟଙ୍କା ନେଉଛନ୍ତି ବୋଲି ଗ୍ରାହକ ଜଣଙ୍କ ଦୋକାନୀ ଆଗରେ ଯୁକ୍ତି ବାଢ଼ିଥିଲେ। ବ୍ୟକ୍ତି ଜଣଙ୍କ କଥାରେ ଦୋକାନୀ ରାଗିଯାଇ ତାଙ୍କୁ ୫ ଟଙ୍କା ଫେରସ୍ତ କରିଥିଲେ।  ଭିକାରୀକୁ ଦାନ ଦେଲେ ବୋଲି କହିଥିଲେ। 

Advertisment

ଦୋକାନୀର ଏହି କଥା ଗ୍ରାହକଙ୍କୁ ବହୁତ ବାଧିଥିଲା। ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ।ଦୋକାନୀ ନାଁରେ ଅଭିଯୋଗ କରିଥିଲେ। କୋର୍ଟ ଜେରେକ୍ସ ଦୋକାନୀଙ୍କୁ ହାଜର ହେବାପାଇଁ ନୋଟିସ କରିଥିଲେ। ହେଲେ ଜେରେକ୍ସ ଦୋକାନୀ ୪ଟି ଡେଟ୍‌ରେ ହାଜର ହୋଇନଥିଲେ। ପଞ୍ଚମ ଡେଟ୍‌ରେ ଜେରେକ୍ସ ଦୋକାନୀ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ବିଚାର ହୋଇଥିଲା। କୋର୍ଟର ପ୍ରଥମ ଶୁଣାଣିରେ ଦୋକାନୀ ଉପରେ ୨୦୦ ଟଙ୍କା ଫାଇନ ପକାଇଥିଲେ।  ପରେ  ଦ୍ୱିତୀୟ ଶୁଣାଣି ଜେରେକ୍ସ ଦୋକାନୀ ଉପରକୁ ୫୦୦ ଟଙ୍କା ଫାଇନ ପକାଇଥିଲେ।  ତୃତୀୟ ଶୁଣାଣି ବେଳକୁ କୋର୍ଟ ୨୫ ହଜାର ଟଙ୍କା ଫାଇନ ଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe