Advertisment

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ

୨୦୨୨ ମସିହାରେ ଖଜୁରୀପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା।

author-image
Jitendra Garnayak
Court

Court

ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଫୁଲବାଣୀର ପୋକ୍ସୋ କୋର୍ଟ। ଦୋଷୀର ନାମ ହେମନ୍ତ ମଲ୍ଲିକ। କୋର୍ଟ ତାକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ନଦେଲେ ତାକୁ ଅଧିକ ୭ ମାସ ଜେଲ୍‌ରେ ରହିବାକୁ ହେବ। ଏହା ସହିତ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥା (DLSA)କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୨ ମସିହାରେ ଖଜୁରୀପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଜଙ୍ଗଲରେ ଗାଁ ଲୋକେ ମିଶି ଭୋଜି କରୁଥିଲେ। ସେହି ଭୋଜିରେ ହେମନ୍ତ ମଲ୍ଲିକ ଓ ଉକ୍ତ ନାବାଳିକା ସାମିଲ ଥିଲେ। ଭୋଜି ସରିବା ପରେ ପୀଡ଼ିତା ନାବାଳିକାଙ୍କୁ ତାଙ୍କ ଘରେ ଛାଡ଼ିଦେବା ପାଇଁ କହିଥିଲା ହେମନ୍ତ ମଲ୍ଲିକ। ହେଲେ ବାଟରେ ହେମନ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା ଓ ଏ ସଂପର୍କରେ କାହାକୁ କହିଲେ ମାରି ଦେବାକୁ ଧମକ ଦେଇଥିଲା। ତେବେ ଘଟଣା ଘଟିବାର ୩ ଦିନ ପରେ ଏ ବିଷୟରେ ନାବାଳିକାଙ୍କ ମା’ ଜାଣିପାରିଥିଲେ। ଏହା ପରେ ପରିବାର ଲୋକେ ଖଜୁରୀପଡ଼ା ଥାନାରେ ଏତଲା ଦେଇଥିଲେ।

ଖଜୁରୀପଡ଼ା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ହେମନ୍ତ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ପୋକ୍ସୋ କୋର୍ଟ ହେମନ୍ତକୁ ଦୋଷୀ ସାବ୍ୟସ୍ତ ୨୫ ବର୍ଷ ସଶ୍ରମ କାରାଦଣ୍ତାଦେଶ ଶୁଣାଇଛନ୍ତି।

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ।

Minor Raped