Advertisment

ସାପ୍ତାହିକ ହାଟରେ ଗୋରୁ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ୨୮ ଲକ୍ଷ ଟଙ୍କା ଲୁଟ୍

ଦୁର୍ବୃତ୍ତମାନେ ଗାଡ଼ିରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗୋରୁ ବ୍ୟବସାୟୀ।

Police Station

Police Station

Advertisment

ସାପ୍ତାହିକ ହାଟରେ ମାରଣାସ୍ତ୍ର ଦେଖାଇ ୫ ଗୋରୁ ବ୍ୟବସାୟୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରେ। ଏନେଇ ଗୋରୁ ବ୍ୟବସାୟୀମାନେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି।

Advertisment

ଏହି ଗୋରୁ ବ୍ୟବସାୟୀମାନେ ଆନ୍ଧ୍ର ପ୍ରଦେଶର। ସେମାନେ ଏକ ବୋଲେରୋ ଯୋଗେ ଡାବୁଗାଁ ସାପ୍ତାହିକ ହାଟକୁ ଗାଈଗୋରୁ କ୍ରୟ କରିବାକୁ ଆସିଥିଲେ। ସେମାନେ ବୋଲେରୋକୁ ଗୋଟିଏ ସ୍ଥାନରେ ରଖି ସେଠାରୁ କିଛି ଦୂରରେ ଗାଈଗୋରୁ କିଣିବା ପାଇଁ ମୂଲଚାଲ କରୁଥିବା ବେଳେ ବାଇକ୍‌ ଓ ଏକ ଅଟୋରେ ପ୍ରାୟ ୧୫ ଜଣ ବ୍ୟକ୍ତି ଆସି ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମୁହଁରେ କପଡ଼ା ବନ୍ଧା ହୋଇଥିବା ବେଳେ ହାତରେ ଭୁଜାଲି, ଖଣ୍ଡା ଓ ପିସ୍ତଲ ଆଦି ଥିଲା। ସେମାନେ ବୋଲେରୋର କାଚ ଭାଙ୍ଗି ସେଥିରେ ଥିବା ଟଙ୍କା ଭର୍ତ୍ତି ତିନୋଟି ବ୍ୟାଗ ନେଇ ଯାଇଥିଲେ।

ଏହି ସମୟରେ ଗୋରୁ ବ୍ୟବସାୟୀମାନଙ୍କ ସ୍ଥାନୀୟ ସହଯୋଗୀ ଶେଖ ସରିଫ ପ୍ରତିବାଦ କରିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ସରିଫଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା।

Advertisment

ଦୁର୍ବୃତ୍ତମାନେ ଗାଡ଼ିରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଥିବା ନେଇ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆନ୍ଧ୍ରର ଗୋରୁ ବ୍ୟବସାୟୀ ରଙ୍ଗଲୀ ନାୟଡୁ।

ଏନେଇ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ନୂଆ-ପୁରୁଣା ବେପାରୀଙ୍କ ମଧ୍ୟରେ ଥିବା ଶତ୍ରୁତା ଯୋଗୁଁ ଏପରି ଘଟଣା ଘଟି ଥାଇପାରେ। ତେବେ ଘଟଣାର ତଦନ୍ତ ଚାଲିଛି।

ଉମରକୋଟରୁ କାର୍ତ୍ତିକ ମଲ୍ଲିକଙ୍କ ରିପୋର୍ଟ

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe