Advertisment

ଗୁପ୍ତାଙ୍ଗରେ ପଡ଼ିଛି ୨୮ଟି ଷ୍ଟିଚ୍‌, ଜୀବନ ସହ ସଂଗ୍ରାମ କରୁଛନ୍ତି ୫ ବର୍ଷର ଦୁଷ୍କର୍ମ ପୀଡ଼ିତା

ଦୁଷ୍କର୍ମ ଓ ଭୟଙ୍କର ନିର୍ଯାତନା ଘଟଣାରେ ପୁଲିସ୍‌ ପୀଡ଼ିତାଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ୧୭ ବର୍ଷୀୟ ପିଲାକୁ ଉଠାଇ ନେଇଛି।

Stop Rape

Stop Rape

Advertisment

ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ଜଣେ ୫ ବର୍ଷୀୟ ଝିଅ। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଭୟଙ୍କର ଦୁଷ୍କର୍ମର ଶିକାର ହୋଇଥିଲେ ଏହି ନାବାଳିକା ଜଣଙ୍କ। ତାଙ୍କ ଗୁପ୍ତାଙ୍ଗ ଠାରୁ ଆରମ୍ଭ କରି ଶରୀରରେ ରହିଛି ଏକାଧିକ କ୍ଷତ ଚିହ୍ନ। କେବଳ ଗୁପ୍ତାଙ୍ଗରେ ପଡ଼ିଛି ୨୮ଟି ଷ୍ଟିଚ। ପୀଡ଼ିତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

Advertisment

ଦୁଷ୍କର୍ମ ଓ ଭୟଙ୍କର ନିର୍ଯାତନା ଘଟଣାରେ ପୁଲିସ୍‌ ପୀଡ଼ିତାଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ୧୭ ବର୍ଷୀୟ ପିଲାକୁ ଉଠାଇ ନେଇଛି। ସେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନାବାଳକ ହୋଇଥିଲେ ହେଁ ତାକୁ ସାବାଳକ ଭାବେ ବିଚାର କରି ଫାଶୀ ଖୁଣ୍ଟରେ ଝୁଲାଇବାକୁ ପୀଡ଼ିତାଙ୍କ ପରିବାର ଲୋକ ଦାବି କରିଛନ୍ତି।

ପୁଲିସ୍‌ର କହିବା କଥା ଯେ ନାବାଳକ ଜଣକ ନାବାଳିକାଙ୍କୁ ତାଙ୍କ ଘରୁ ଉଠାଇ ନେଇ ନିକଟସ୍ଥ ପରିତ୍ୟକ୍ତ ବିଲଡିଂକୁ ଚାଲି ଯାଇଥିଲା। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିବା ସହ ଭୟଙ୍କର ନିର୍ଯାତନା ଦେଇଥିଲା। ଦୁଷ୍କର୍ମ କରିବା ପରେ ସେ ନାବାଳିକାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ବାରମ୍ବାର ଚଟାଣରେ ପିଟିଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଥିବା ନାବାଳିକା ଜଣଙ୍କ ଏବେ ଗ୍ୱାଲିୟରର ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ପୀଡ଼ିତାଙ୍କ ପୂରା ଶରୀରରେ କ୍ଷତ ଚିହ୍ନ ରହିଛି। ତାଙ୍କ ଗୁପ୍ତାଙ୍ଗ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଡାକ୍ତରମାନେ ତାଙ୍କର ବଡ଼ଧରଣ ସର୍ଜରୀ କରିଥିବା ବେଳେ କେବଳ ଗୁପ୍ତାଙ୍ଗରେ ୨୮ଟି ଷ୍ଟିଚ୍‌ ପକାଇଛନ୍ତି।

ଫେବୃଆରୀ ୨୨ରେ ପୂରା ଘଟଣା ଘଟିଥିଲା। ଘଟଣା ଦିନ ନାବାଳକ ଜଣକ ନିଶାସକ୍ତ ଅବସ୍ଥାରେ ରହିଥିଲା। ସେ ନାବାଳିକାଙ୍କୁ ଘରର ଛାତରୁ ଉଠାଇ ନେଇ ପରିତ୍ୟକ୍ତ ବିଲଡିଂକୁ ଚାଲି ଯାଇଥିଲା। ସେଠାରେ ଦୁଷ୍କର୍ମ ଓ ଶାରୀରିକ ଆଘାତ ଯୋଗୁ ନାବାଳିକା ଜଣଙ୍କ ଅଚେତ ହୋଇଯାଇଥିଲେ। ନାବାଳିକା ଜଣଙ୍କ ମରି ଯାଇଥିବା ଭାବି ଅଭିଯୁକ୍ତ ଚମ୍ପଟ ମାରିଥିଲା।

ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଠାବ କରିବା ପରେ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଚେତା ଫେରିବା ପରେ ପିଲାଟି ସବୁ କଥା ତାଙ୍କ ବାପା ମା’ଙ୍କୁ ଜଣାଇଥିଲେ। ଏହାପରେ ସେମାନେ ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଘଟଣାରୁ ନେଇ ପୂରା ମଧ୍ୟପ୍ରଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ବର୍ଗର ଲୋକ ଏହାକୁ ନିନ୍ଦା କରିଛନ୍ତି।

Madhya Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe