Advertisment

ସାଇକେଲରେ ବାଜିଗଲା ବାଇକ: ଯୁବକଙ୍କୁ ପିଟିପିଟି ମାରିଦେଲେ ବାପା ଓ ଦୁଇ ପୁଅ

ରବିବାର ରାତିରେ ନାରାୟଣପୁର ଗାଁର ୨୮ ବର୍ଷୀୟ ସଲମାନ ବାଇକ ନେଇ ଯାଉଥିଲେ। ତେବେ ବାଲ୍ଲଓ ଗାଁ ନିକଟରେ ତାଙ୍କ ବାଇକ ସାଇକେଲରେ ଯାଉଥିବା ବିଶ୍ରାମଙ୍କୁ ଧକ୍କା ଦେଇଥିଲା।

author-image
Hemant Lenka
UP

UP

ସାମାନ୍ୟ ଦୁର୍ଘଟଣାରୁ ଘଟିଛି ଜଘନ୍ୟକାଣ୍ଡ। ଜଣେ ୨୮ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବାପା ଓ ତାଙ୍କର ଦୁଇ ପୁଅ। ଯୁବକ ଜଣଙ୍କ ଚଳାଉଥିବା ବାଇକ ସହ ସାଇକେଲର ସାମାନ୍ୟ ଧକ୍କା ହେବାରୁ ଏତେ ବଡ଼ ଘଟଣା ଘଟିଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜରୁ ଏପରି ଖବର ଆସିଛି।

Advertisment

ରବିବାର ରାତିରେ ନାରାୟଣପୁର ଗାଁର ୨୮ ବର୍ଷୀୟ ସଲମାନ ବାଇକ ନେଇ ଯାଉଥିଲେ। ତେବେ ବାଲ୍ଲଓ ଗାଁ ନିକଟରେ ତାଙ୍କ ବାଇକ ସାଇକେଲରେ ଯାଉଥିବା ବିଶ୍ରାମଙ୍କୁ ଧକ୍କା ଦେଇଥିଲା।

ଏହାକୁ ନେଇ ବିଶ୍ରାମ ଓ ସଲମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବିଶ୍ରାମ ତୁରନ୍ତ ବାଲ୍ଲଓ ଗାଁରେ ରହୁଥିବା ତାଙ୍କର ଦୁଇ ପୁଅଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ସେମାନେ ତୁରନ୍ତ ଗାଁ ମୁଣ୍ଡରେ ପହଞ୍ଚିଥିଲେ ଓ କିଛି ନ ବୁଝି ସଲମାନଙ୍କୁ ବାପାଙ୍କ ସହ ମିଶି ପିଟିବା ଆରମ୍ଭ କରିଥିଲେ।

Advertisment

ପଥର ଓ କାଠ ଫାଳିଆରେ ଆକ୍ରମଣ କରାଯିବାରୁ ଘଟଣାସ୍ଥଳରେ ହିଁ ସଲମାନଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଆଜି ସକାଳୁ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Uttar Pradesh Crime Police