Advertisment

୩ ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ୍‌ ଓ ଜରିମାନା

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୩ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କେନ୍ଦୁଝର ଅତିରିକ୍ତ ଜିଲ୍ଲାଜଜ ତଥା ପୋକ୍ସୋର ସ୍ୱତନ୍ତ୍ର ବିଚାରପତି ଶୁଭଶ୍ରୀ ତ୍ରିପାଠୀ।

ଅଦ୍ୟତନ ହୋଇଛି
Keonjhar

Keonjhar

Advertisment

୩ ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ୍‌ ଓ ଜରିମାନା। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। କେନ୍ଦୁଝର ଅତିରିକ୍ତ ଜିଲ୍ଲାଜଜ ତଥା ପୋକ୍ସୋର ସ୍ୱତନ୍ତ୍ର ବିଚାରପତି ଆଜି ଏହି ରାୟ ଶୁଣାଇଛନ୍ତି।

Advertisment

୨୦୨୨ ମସିହା ମାର୍ଚ୍ଚ ୫ ତାରିଖରେ ନାବାଳିକା ଜଣକ ଜାଗର ମେଳା ଦେଖିବାକୁ ଯାଇଥିଲେ। ସେହି ସମୟରେ ତାଙ୍କୁ ୩ ଜଣ ଯୁବକ ଜବରଦସ୍ତ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଏନେଇ ପରିବାର ଲୋକଙ୍କୁ କହିଥିଲେ। ତା’ପରଦିନ ନାବାଳିକାଙ୍କ ମାଆ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ସାକ୍ଷୀ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୩ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କେନ୍ଦୁଝର ଅତିରିକ୍ତ ଜିଲ୍ଲାଜଜ ତଥା ପୋକ୍ସୋର ସ୍ୱତନ୍ତ୍ର ବିଚାରପତି ଶୁଭଶ୍ରୀ ତ୍ରିପାଠୀ। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଶୁଣାଇଛନ୍ତି। ଏହାସହ ପୀଡିତାଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe