Advertisment

ସର୍ଚ୍ଚ ଅପରେସନ ବେଳେ ଆଖିବୁଜା ଗୁଳିମାଡ଼, ୩ ଯବାନ ଶହୀଦ

ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Army

Army

Advertisment

ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହେଲେ ୩ ଯବାନ । ଏପରି ଏକ ଘଟଣା ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଗତକାଲି ଘଟିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।

Advertisment

ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାର ହଲାଣ ଜଙ୍ଗଲରେ ଥିବା ପର୍ବତ ଶିଖରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ଭାରତୀୟ ସେନାକୁ ମିଳିଥିଲା। ଏହାପରେ ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଚାରିପଟୁ ସିଲ୍‌ କରାଯାଇ ଗତକାଲିଠୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସର୍ଚ୍ଚ ଅପରେସନ ବେଳେ ନକ୍ସଲମାନେ ଅତର୍କିତ ଭାବେ ଗୁଳି ଚାଳନା କରିବାରୁ ସେନା ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏହି ଗୁଳି ବିନିମୟ ବେଳେ ୩ ଯବାନ ଗୁରୁତର ହୋଇଥିବା ବେଳେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ୩ ଯବାନ ଆଖି ବୁଜି ଶହୀଦ ହୋଇଥିବା ଜଣାଯାଇଛି। ଏନେଇ ଶ୍ରୀନଗର ସେନା କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

Advertisment

ଏଥିସହ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। 

Jammu Kashmir Firing Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe