Advertisment

ଜୁଆ ଆଡ୍ଡା ଉପରେ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ; ଏଏସ୍ଆଇ ସହ ୨ଆହତ

ପୁଲିସ ଏହି ଘଟଣାରେ ସୁଶାନ୍ତ କୁମାର ସ୍ୱାଇଁ, ପ୍ରସାଦ ବେହେରା ଓ ଭଗବାନ ସ୍ଵାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhanjanagar

Bhanjanagar

ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲା ପୁଲିସ। ପୁଲିସଙ୍କୁ ଉପରକୁ ଢେଲା ପଥର ମାଡ଼ କଲେ ଜୁଆଡି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଡା ଗାଁରେ। ପଥର ମାଡ଼ରେ ଏଏସ୍ଆଇ ଯୁଧିଷ୍ଠିର ମାଝୀ, ଦୁଇ ପୁଲିସ କର୍ମୀଚାରୀ କୃଷ୍ଣଚନ୍ଦ୍ର ମଣ୍ଡଳ ଓ ଅରୁଣ ନାହାକ ଆହତ ହୋଇଛନ୍ତି।

Advertisment

ପାଲକଷଣ୍ଡା ଗାଁରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ମଙ୍ଗଳବାର ରାତିରେ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ସହ କୃଷ୍ଣଚନ୍ଦ୍ର  ଓ ଅରୁଣ ଦୁଇ ପୁଲିସ କର୍ମଚାରୀ ସିଭିଲ ଡ୍ରେସରେ ଯାଇଥିଲେ।

ଜୁଆଡିମାନେ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ଜୁଆଡିମାନେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଖବର ପାଇ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ମଧ୍ୟ ଜୁଆଡିମାନେ ଛାଡ଼ି ନଥିଲେ। ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Advertisment

ପୁଲିସ ଏହି ଘଟଣାରେ ସୁଶାନ୍ତ କୁମାର ସ୍ୱାଇଁ, ପ୍ରସାଦ ବେହେରା ଏବଂ ଭଗବାନ ସ୍ଵାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ନଗଦ୩୬ ହଜାର  ୨୪ହ ଟଙ୍କା,  ଦୁଇଟି ମୋବାଇଲ୍, ଗୋଟିଏ ଖଣ୍ଡା ଏବଂ ୫୨ ପଟ ତାସ୍ ଜବତ କରିଥିଲା।

Ganjam