Police
ବେଙ୍ଗାଲୁରୁରେ ଥିବା ୩ ପ୍ରସିଦ୍ଧ କଲେଜକୁ ବୋମା ବିସ୍ଫୋରଣର ଧମକ ମିଳିଛି। ଇ-ମେଲ ଯୋଗେ କେହି ୩ କଲେଜକୁ ଏପରି ଧମକ ଦେଇଛନ୍ତି। ଧମକ ମିଳିବା ପରେ ପୁଲିସ୍ ଓ ବୋମା ନିଷ୍କ୍ରିୟକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ଯାଏ କୌଣସି କଲେଜରୁ କିଛି ବିସ୍ଫୋରକ ସାମଗ୍ରୀ ମିଳିନାହିଁ।
ଇ-ମେଲ ଯୋଗେ ବୋମା ଧମକ ପାଇଥିବା ୩ କଲେଜ ହେଲା- ବିଏମସି କଲେଚ, ଏମସ ରମୈୟା କଲେଜ ଓ ବିଆଇଟି କଲେଜ। ଏହି ୩ କଲେଜର ଅଫିସିଆଇ ଇ-ମେଲକୁ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି।
୩ ଅନୁଷ୍ଠାନରେ ବୋମା ଖଞ୍ଜା ଯାଇଛି ଓ ଯେକୌଣସି ମୁହୂର୍ତ୍ତରେ ଏହା ବିସ୍ଫୋରଣ ହୋଇପାରେ। ସଦାଶିବନଗର, ହନୁମନ୍ତ ନଗର ଓ ବାସାବନଗୁଡି ଅଞ୍ଚଳରେ ଏହି ୩ କଲେଜକୁ ଏପରି ଧମକ ମିଳିବା ପରେ ପୂରା ଆତଙ୍କ ଖେଳି ଯାଇଥିଲା।
କର୍ତ୍ତୃପକ୍ଷ ତୁରନ୍ତ ଏନେଇ ପୁଲିସ୍କୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍ ୧ ଘଣ୍ଟାରୁ ଅଧିକ ସମୟ ଧରି ସର୍ଚ୍ଚ ଅପରେସନ ଜାରି ରଖିଥିଲେ ହେଁ ଏଯାଏ ବୋମା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Police_1728044376.jpg)