ଘରୁ ମିଳିଲା ପୁଳା ପୁଳା ମୂର୍ତ୍ତି, ବନ୍ଧା ହେଲେ ୩ ଭାଇ

ଏକ ମୂର୍ତ୍ତି ଚୋରି ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଆଉ ଏଥିରେ ସମ୍ପୃକ୍ତ ୩ ଯୁବକ ହେଉଛନ୍ତି ୩ ଭାଇ ।

ମାଟି ତଳୁ ଉଦ୍ଧାର ଜିନିଷ ।

  • Published: Sunday, 06 October 2024
  • , Updated: 06 October 2024, 09:01 AM IST

ଘରୁ ମିଳିଲା ପୁଳା ପୁଳା ମୂର୍ତ୍ତି । ତାହା ପୁଣି ବିଭିନ୍ନ ଧାତୁରେ ନିର୍ମିତ । ବିଭିନ୍ନ ମନ୍ଦିରରୁ ଚୋରି କରି ଘରେ ଲୁଚାଉଥିଲେ। ମୂର୍ତ୍ତି ସଂଖ୍ୟା ବଢ଼ିଯିବାରୁ ମାଟି ତଳେ ବି ବହୁ ମୂର୍ତ୍ତିକୁ ପୋତି ଦେଇଥିଲେ। ଏପରି ଏକ ମୂର୍ତ୍ତି ଚୋରି ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଆଉ ଏଥିରେ ସମ୍ପୃକ୍ତ ୩ ଯୁବକ ହେଉଛନ୍ତି ୩ ଭାଇ । ଅର୍ଥାତ ୩ ଭାଇ ମିଶି ଚଳାଇଥିଲେ ଏହି ରାକେଟ ।

ଭୁବନେଶ୍ୱର ବାଲିପାଟଣାରୁ ଜଗତସିଂହପୁରକୁ ଲମ୍ବିଛି ଏହି ମୂର୍ତ୍ତି ଚୋରି ରାକେଟ୍ । ଗିରଫ ୩ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟ ଓ ସାରଦା ଆଚାର୍ଯ୍ୟ । ସେମାନେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲାର ମନ୍ଦିରରୁ ଚୋରି କରୁଥିଲେ ।

ଅଭିଯୁକ୍ତଙ୍କ ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି, ପିତ୍ତଳ ନାଗ ସହ ଘଣ୍ଟ ଘଣ୍ଟା ଓ ମନ୍ଦିରର ଅନ୍ୟ ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତମାନେ ସେମାନଙ୍କ ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର ପୁଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି।

ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପୋଲିସ ଅଭିଯୁକ୍ତ ଦୁଇ ଭାଇ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ଅନ୍ନଦା ପ୍ରସନ୍ନ ଆଚାର୍ଯ୍ୟକୁ ଗିରଫ କରିଥିଲା । ଗତକାଲି ବଡ଼ ଭାଇ ସାରଦା ଆଚାର୍ଯ୍ୟକୁ ଗିରଫ କରିଛି ପୁଲିସ ।

Related story