Advertisment

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କର ପୁଳା ପୁଳା ସମ୍ପତ୍ତି; ୩ଟି କୋଠା ଓ ୧୬ଟି ପ୍ଲଟ୍ ଠାବ

ରେଡ୍ ବେଳେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି। ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କର ୩ଟି ଯାକ ୪ ଚକିଆ ଗାଡ଼ିର ନମ୍ବର ୩୨୩୨ ରହିଛି।

ଅଦ୍ୟତନ ହୋଇଛି
Sudarshan Behera

Sudarshan Behera

Advertisment

ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଜମା କରିଛନ୍ତି ପୁଳା ପୁଳା ସମ୍ପତ୍ତି। ଆଜି ଭିଜିଲାନ୍ସ ରେଡ୍ ବେଳେ ଏହା ସାମ୍ନାକୁ ଆସିଛି।

Advertisment

ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା ରହିଛି। ସେଥିରୁ ଗୋଟିଏ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ରହିଛି। ଏହି ଘରଟି ୪ ମହଲା ବିଶିଷ୍ଟ। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। ପୁରୀ ଜିଲ୍ଲା ଗୋପର ସୋରିଷପଦାରେ ମଧ୍ୟ ତାଙ୍କର ଏକ କୋଠା ଠାବ କରାଯାଇଛି।

ତିନୋଟି ବହୁତଳ କୋଠା ସହିତ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ଭିଜିଲାନ୍ସର ବୈଷୟିକ ଟିମ୍ ତିନୋଟି ଯାକ ଘର ଓ ସମସ୍ତ ପ୍ଲଟର ମାପଚୁପ ଓ ମୂଲ୍ୟାୟନ କରୁଛି।

Advertisment
Carପ୍ରଫେସର ସୁଦର୍ଶନ ବେହେରାଙ୍କ ୩ଟି ଯାକ ଚାରି ଚକିଆ ଗାଡ଼ି

ବ୍ୟାଙ୍କରେ ପ୍ରଫେସର ସୁଦର୍ଶନ ବେହେରାଙ୍କର ୫୦ ଲକ୍ଷ ଟଙ୍କା ଜମା ରହିଛି। ତାଙ୍କର ୩ଟି ୪ ଚକିଆ ଗାଡ଼ି (Honda City 5th Gen ZX, Mahindra Scorpio & Toyota ETIOS Cross-G) ଓ ଗୋଟିଏ ବାଇକ୍ ରହିଛି। ଏସବୁର ମୂଲ୍ୟ ମିଶି ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କର ଡାକ ଘର ଜମା, ବୀମା ଓ ଅନ୍ୟାନ୍ୟ ଜମା ଟଙ୍କା ସଂପର୍କରେ ଭିଜିଲାନ୍ସ ଅନୁସନ୍ଧାନ ଜାରି ରଖିଛି।

ରେଡ୍ ବେଳେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି। ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କର ୩ଟି ଯାକ ୪ ଚକିଆ ଗାଡ଼ିର ନମ୍ବର ୩୨୩୨ ରହିଛି। ଏହି ନମ୍ବରଗୁଡ଼ିକ ପାଇଁ ତାଙ୍କର ଦୁର୍ବଳତା ଥିବାରୁ ସବୁ କାରଗୁଡ଼ିକ ପାଇଁ ଏହି ନମ୍ବର ଆଣିଛନ୍ତି। 

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe