Advertisment

ଚୋରି ହେଲା ଚୁଳ ବସ୍ତା, ବସ୍‌ କର୍ମଚାରୀଙ୍କୁ ଉଠାଇ ନେଲେ ବେଙ୍ଗଲୀ ଡନ୍‌!

କର୍ମଚାରୀମାନେ ଅପହରଣ ହୋଇଥିବା ଜାଣି ବସ୍‌ ମାଲିକ ତାଳସାରୀ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ଅପହରଣ ହୋଇଥିବା ୩ ପରିବାର ଲୋକଙ୍କ ଫୋନ୍‌ କଲ୍‌କୁ ଟ୍ରାକ୍‌ କରିଥିଲା।

Jaleswar

Jaleswar

Advertisment

ଚୁଳ ପାଇଁ ଅପହରଣ। ବସ୍‌ରୁ ଚୁଳ ଗାଏବ ହୋଇଗଲା ବୋଲି ୩ ବସ୍‌ କର୍ମଚାରୀଙ୍କୁ ଉଠାଇ ନେଲେ ବେଙ୍ଗଲୀ ଡନ୍‌! ଖାଲି ଅପହରଣ କଲେନି, ସେମାନଙ୍କୁ ବହେ ମାଡ଼ ମାରିଲେ। ପରିବାର ଲୋକଙ୍କୁ ଫୋନ୍‌ କରି ୨ ଲକ୍ଷ ଟଙ୍କା ଦାବି କରୁଥିଲେ। ହେଲେ ସେହି ଫୋନ୍‌ କଲର ଜାଲରେ ଫସିଗଲେ ବେଙ୍ଗଲୀ ଡନ୍‌। ଓଡ଼ିଶା ପୁଲିସ୍‌ ଫୋନ୍‌ କଲକୁ ଟ୍ରାକ୍‌ କରି ପଶ୍ଚିମବଙ୍ଗ ପୁଲିସ୍‌ ସହାୟତାରେ ୩ ବସ୍‌ କର୍ମଚାରୀଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣକାରୀମାନେ ଚମ୍ପଟ ମାରିଛନ୍ତି।

Advertisment

ଗତ ୧୫ ତାରିଖରେ ବାଲେଶ୍ୱରରୁ ଉଦୟପୁର ଅଭିମୁଖେ ଯାଉଥିଲା ‘ନୁରାନୀ’ ବସ୍‌। ସେହି ବସ୍‌ରେ ଚଢ଼ିଥିଲେ ଜଣେ ବଙ୍ଗୀୟ ଯାତ୍ରୀ। ସେ ସାଥୀରେ ନେଇଥିବା ଗୋଟିଏ ବସ୍ତା(ଅଖାରେ ଭର୍ତ୍ତି ବାଳ) ବସ୍‌ ଡିକିରେ କଣ୍ଟକ୍ଟର ଜଗଦୀଶ ପ୍ରଧାନଙ୍କ ମାର୍ଫତରେ ରଖିଥିଲେ। ବସ୍‌ଟି ଜଳେଶ୍ୱରରେ ପହଞ୍ଚିଲା ବେଳକୁ ଡିକିରେ ଚୁଟି ବସ୍ତା ନଥିଲା। ବଙ୍ଗୀୟ ଯାତ୍ରୀ ଜଣକ ବହୁ ଖୋଜାଖୋଜି କରିଥିଲେ। ସେହି ସମୟରେ କଣ୍ଡକ୍ଟର କୁଆଡେ କହିଥିଲେ ବସ୍‌ ଭିତରେ ବସ୍ତା ଅଛି ବୋଲି।

ବସ୍‌ ଉଦୟପୁରରେ ପହଞ୍ଚିବା ପରେ ବଙ୍ଗୀୟ ଯାତ୍ରୀ ଓ ବସ୍‌ କର୍ମଚାରୀମାନେ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ଚୁଟି ଭର୍ତ୍ତି ବସ୍ତା ପାଇନଥିଲେ। ଏହା ପରେ ବଙ୍ଗୀୟ ଯାତ୍ରୀ ଜଣକ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ବସ୍‌ କର୍ମଚାରୀମାନେ ଧରାଛୁଆଁ ଦେଇନଥିଲେ। ଶେଷରେ ବଙ୍ଗୀୟ ଯାତ୍ରୀ ଜଣକ ନିଜ ଗ୍ୟାଙ୍ଗକୁ ଡାକିଥିଲେ। ୬ ଜଣ ଯୁବକ ଏକ ଗାଡ଼ିରେ ଆସି ବସ୍‌ ଡ୍ରାଇଭର ଦାଣ୍ଡିକା ଗାଁର ପ୍ରଭାକର ପରିଡ଼ା, କଣ୍ଡକ୍ଟର ବାଲିକୁଟିର ଜଗଦୀଶ ପ୍ରଧାନ ଓ ହେଲ୍‌ପର ନଲବାହାର ଗ୍ରାମର ମନୋରଞ୍ଜନ ମଣ୍ଡଳଙ୍କୁ ଅପହରଣ କରିନେଇଥିଲେ।

Advertisment

୧୫ ତାରିଖରେ ସେମାନଙ୍କୁ ଅପହରଣ କରିନେଇ ପଶ୍ଚିମବଙ୍ଗ ଦୀଘା ରତନପୁର ଗାଁରେ ରଖିଥିଲେ। ତା’ପର ଦିନ ଅର୍ଥାତ ୧୬ ତାରିଖରେ ସେମାନଙ୍କୁ ପଟାସପୁରକୁ ନେଇ ଯାଇଥିଲେ। ସେଠାରେ ରଖି ୩ ଜଣଙ୍କୁ ବହେ ପିଟିଥିଲେ। ବସ୍‌ ଡ୍ରାଇଭର, ହେଲ୍‌ପର ଓ କଣ୍ଡକ୍ଟରଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ଦୁଇ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ। ଟଙ୍କା ନମିଳିଲେ ମାରିଦେବେ ବୋଲି ଧମକ ଦେଇଥିଲେ। ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜଗଦୀଶ ପ୍ରଧାନଙ୍କ ପତ୍ନୀ ଧାର ଉଧାର କରି ଅପହରଣକାରୀଙ୍କ ପାଖକୁ ୬୦,୦୦୦ ଟଙ୍କା ଫୋନ୍‌ ପେ’ କରିଥିଲେ।

ଅନ୍ୟପକ୍ଷରେ କର୍ମଚାରୀମାନେ ଅପହରଣ ହୋଇଥିବା ଜାଣି ବସ୍‌ ମାଲିକ ତାଳସାରୀ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ଅପହରଣ ହୋଇଥିବା ୩ ପରିବାର ଲୋକଙ୍କ ଫୋନ୍‌ କଲ୍‌କୁ ଟ୍ରାକ୍‌ କରିଥିଲା। ସେହି ସମୟରେ ଅପହରଣକାରୀଙ୍କ ଫୋନ୍‌ ଟ୍ରାକ୍‌ କରିଥିଲା। ତା’ପରେ ପଶ୍ଚିମବଙ୍ଗ ପୁଲିସ୍‌ ସହାୟତାରେ ମେରାଇନ୍‌ ପୁଲିସ୍‌ ଅପହରଣ ହୋଇଥିବା ୩ ବସ୍‌ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା। ପୁଲିସ୍‌ ପହଞ୍ଚିବା ପୂର୍ବରୁ ଅପହରଣକାରୀ ସେଠାରୁ ଚମ୍ପଟ ମାରିଥିଲେ। ଓଡ଼ିଶା ପୁଲିସ୍‌ ବସ୍‌ କର୍ମଚାରୀଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe