Advertisment

ଖୁଦୁରୁକୁଣୀ ଓଷା ବେଳେ ଗାଁରେ ଫୁଟିଲା ବୋମା; ୩ ଆହତ

ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି।

Blast

Blast

Advertisment

ଖୁଦୁରୁକୁଣୀ ଓଷାବେଳେ ତୁମୁଳକାଣ୍ଡ ଘଟିଛି। ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଯୋଗୁ ଗାଁରେ ବୋମାମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତ ବିଷ୍ଣୁପୁର ଗାଁରେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ

Advertisment

ଗତକାଲି ରାତିରେ ଗାଁରେ ଖୁଦୁରୁକୁଣୀ ଓଷା ଚାଲିଥିଲା। ଏହି ସମୟରେ ଗାଁର ଦୁଇ ଯୁବକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ପରିସ୍ଥତି ଉଗ୍ରରୂପ ନେଇଥିଲା। ଗାଁରେ ବୋମାଡରେ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। କୌଣସି ଅଘଟଣ ନ ଘଟିବା ନେଇ ଗାଁରେ ପୁଲିସ ଫୋର୍ସ ମୁୟତନ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। କମେଣ୍ଟମରାକୁ ନେଇ ଏପରି ଘଟିଥିବା ସନ୍ଦେହ କରାଯାଉଛି।

Advertisment
Cuttack Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe