Advertisment

୩ ଦିନ ତଳେ ଗଢ଼ିଥିଲେ ସଂସାର, ମାରି ଟାଙ୍ଗିଦେଲେ ଦୁର୍ବୃତ୍ତ

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ପରସ୍ପରର ସୁଖଦୁଃଖର ସାଥି ପାଲଟିଗଲେ। ମାତ୍ର ୩ ଦିନ ପୂର୍ବରୁ ଗଢ଼ିଥିବା ନିଜ ସ୍ୱପ୍ନର ସଂସାରରେ ଲାଗିଗଲା କାହା ନଜର।

newly married couple

newly married couple

Advertisment

ଦୁଇ ବର୍ଷର ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବାକୁ ପଣ କରିଥିଲେ। ହେଲେ ଏଥିରେ କଣ୍ଟା ସାଜିଲେ ପରିବାର । ତେଣୁ ଘରୁ ଉଡ଼ି ଯାଇ ପ୍ରେମ ପକ୍ଷୀ ବିବାହ କଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ପରସ୍ପରର ସୁଖଦୁଃଖର ସାଥି ପାଲଟିଗଲେ। ମାତ୍ର ୩ ଦିନ ପୂର୍ବରୁ ଗଢ଼ିଥିବା ନିଜ ସ୍ୱପ୍ନର ସଂସାରରେ ଲାଗିଗଲା କାହା ନଜର। ଗତକାଲି ରାତିରେ ସବୁ ଛାରଖାର ହୋଇଗଲା। ଝଡ଼ ପରି ଘରେ କିଛି ଲୋକ ପଶି ଏହି ପ୍ରେମ ପକ୍ଷୀଙ୍କୁ ନିର୍ମମ ଭାବେ ହତ୍ୟା କରି ଝୁଲାଇଦେଲେ। ଫଳରେ ଏହି ପ୍ରେମ ପକ୍ଷୀଙ୍କ ସ୍ୱପ୍ନର ସଂସାର ଆରମ୍ଭ ହେଉ ହେଉ ଉଜୁଡ଼ିଗଲା।

Advertisment

ଏପରି ଏକ ସାଂଘାତିକ ଘଟଣା ତାମିଲନାଡ଼ୁରେ ଘଟିଛି। ମୃତକ ପତିପତ୍ନୀ ହେଲେ ୨୪ ବର୍ଷୀୟ ମରି ସେଲଭମ ଓ ୨୦ ବର୍ଷୀୟା କାର୍ତ୍ତିକା ।

ଦୁଇ ବର୍ଷ ପୂର୍ବେ ମରି ସେଲଭମ ଓ କାର୍ତ୍ତିକାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ପରସ୍ପରକୁ ଖୁବ୍‌ ଭଲ ପାଉଥିବା ବେଳେ ପରିବାର ଲୋକେ କିନ୍ତୁ ଏହାକୁ ସହଜେ ଗ୍ରହଣ କରି ପାରୁ ନଥିଲେ। ଶେଷରେ ଗତ ୩୧ ତାରିଖ ରାତିରେ ଏହି ପ୍ରେମୀ ଯୁଗଳ ଘର ଛାଡ଼ି ଚାଲିଯାଇ ବିବାହ କରିଥିଲେ। ଏହାପରେ ସେମାନେ ଅନ୍ୟତ୍ର ଘର ଭଡ଼େ ନେଇ ରହୁଥିଲେ।

Advertisment

ଗତକାଲି ସନ୍ଧ୍ୟା ସମୟରେ ଏହି ନବ ଦମ୍ପତିଙ୍କ ଘରେ ହଠାତ୍‌ ୬ରୁ ଊର୍ଦ୍ଧ୍ୱ ଲୋକ ପଶିଥିଲେ। ସେମାନେ ଉଭୟ ମରି ସେଲଭମ ଓ କାର୍ତ୍ତିକାଙ୍କୁ ହତ୍ୟା କରି ଝୁଲାଇ ଦେଇ ଫେରାର ହୋଇ ଯାଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ କିଏ କିଏ ସମ୍ପୃକ୍ତ ଓ ତାଙ୍କ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଉପରୁ ପରଦା ହଟାଇବାରୁ ପୁଲିସ୍‌ ୩ଟି ଟିମ୍‌ ଗଠନ କରିଛି।

Murder Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe