Advertisment

ସାମାନ୍ୟ କଳିରୁ ୩ ଜଣଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବରପଦା ଗାଁରେ ଗତ ରବିବାର ଏକ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଆଖପାଖ ଗାଁର ଲୋକଙ୍କୁ ନିମନ୍ତ୍ର କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ଭୋଜି ଖାଇବା ପାଇଁ ଗାଁ ଲୋକେ ଆସିଥିଲେ।

author-image
Manoranjan Sial
Oupada

Oupada

ଜନ୍ମଦିନ ଭୋଜିରେ ହୋଇଥିଲା କଳି। ଆଉ ସେହି କଳି ଉଗ୍ର ରୂପ ଧାରଣ କରିଥିଲା। ୩ ଜଣଙ୍କୁ ପିଟିପିଟି ମାରିଦେଲେ! ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ରବିବାର ଏହି ବୀଭତ୍ସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ଆଜି ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବରପଦା ଗାଁରେ ଗତ ରବିବାର ଏକ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଆଖପାଖ ଗାଁର ଲୋକଙ୍କୁ ନିମନ୍ତ୍ର କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ଭୋଜି ଖାଇବା ପାଇଁ ଗାଁ ଲୋକେ ଆସିଥିଲେ। ଭୋଜି ଖାଇବା ବେଳେ ଦୁଇ ଗାଁର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ପରଠାରୁ ବରପଦା ଗାଁର ସମବାରୀ ସିଂ, ଦାମବାଗ ସିଂ ଓ ତାଙ୍କ ପତ୍ନୀ ତବକା ସିଂଙ୍କ ପର୍ତ୍ତା ମିଳୁନଥିଲା।

ସେପଟେ ଭୁବନେଶ୍ୱରରେ ରହି କାମ କରୁଥିବା ସମବାରୀ ସିଂଙ୍କ ପୁଅ ନିରଞ୍ଜନ ବାରମ୍ୱାର ଘରକୁ ଫୋନ୍‌ କରୁଥିଲେ। ହେଲେ ଗତ ୩ ଦିନ ହେଲା ମାଆଙ୍କଠାରୁ କୌଣସି ଉତ୍ତର ପାଉନଥିଲେ। ପରେ ସେ ଗାଁର ନିଜ ସମ୍ପର୍କୀୟଙ୍କୁ ଫୋନ୍‌ କରିଥିଲେ। ଗାଁ ଲୋକେ ନିଜ ମାଆଙ୍କ ସମ୍ପର୍କରେ କିଛି କହିପାରିନଥିଲେ। ତେଣୁ ନିରଞ୍ଜନ ଆଜି ଅପରାହ୍ନରେ ଔପଦା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ବରପଦା ଗାଁରେ ପହଞ୍ଚିଥିଲା। ଗାଁ ଲୋକଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ନିକଟସ୍ଥ ପାହାଡକୁ ଯାଇଥିଲା। ସେଠାରେ ୩ଟି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ନିରଞ୍ଜନ ମଧ୍ୟ ନିଜ ମାଆ ଓ ପଡ଼ୋଶୀ ଦମ୍ପତିଙ୍କୁ ଚିହ୍ନି ଥିଲେ। ପରେ ପୁଲିସ୍‌ ମୃତଦେହ ଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଅଟକ ଅଟକ ରଖିଛି।

ଅଭିଯୋଗରୁ ପ୍ରକାଶ, ଜନ୍ମଦିନ ଭୋଜିରେ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ସମବାରୀ ସିଂ, ଦାମବାଗ ସିଂ ଓ ତାଙ୍କ ପତ୍ନୀ ତବକା ସିଂଙ୍କୁ ଅନ୍ୟ ଗାଁର ଲୋକମାନେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ପରେ ମୃତଦେହ ଗୁଡ଼ିକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ।

Murder Balasore Crime