/odisha-reporter/media/post_attachments/uploadimage/library/16_9/16_9_0/Murder_1715231813.jpg)
Murder
ସ୍ତ୍ରୀ ଓ ଝିଅକୁ ଫାୟାରିଂ କରି ହତ୍ୟା କରିବା ପରେ ନିଜକୁ ଗୁଳି ଗଲେ ବ୍ୟକ୍ତି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବାଣୀପାହାଡ଼ ନିକଟରେ। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି।
Advertisment
ଆଜି ସକାଳେ ଖେଳପଡ଼ିଆ ଥିବା କାରରୁ ୩ ଜଣଙ୍କ ଗୁଳିବିନ୍ଧ ଉଦ୍ଧାର କରାଯାଇଥିଲା। କାର୍ ଭିତରେ ୩ ଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ କାର୍ ଡୋର୍ ଲକ୍ ଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲା।
ବ୍ୟକ୍ତି ଜଣଙ୍କ ପ୍ରଥମେ ମା’ ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କାହିଁକି ବ୍ୟକ୍ତି ଜଣଙ୍କ ଏପରି କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ କାର ଓ ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ ଜାରି ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
