Advertisment

ସ୍ତ୍ରୀ ଓ ଝିଅକୁ ମାରିବା ପରେ ନିଜକୁ ଗୁଳି କରିଦେଲେ!

ବ୍ୟକ୍ତି ଜଣଙ୍କ ପ୍ରଥମେ ମା’ ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Murder

Murder

Advertisment

ସ୍ତ୍ରୀ ଓ ଝିଅକୁ ଫାୟାରିଂ କରି ହତ୍ୟା କରିବା ପରେ ନିଜକୁ ଗୁଳି ଗଲେ ବ୍ୟକ୍ତି।  ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବାଣୀପାହାଡ଼ ନିକଟରେ। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ  ଝିଅ ଅର୍ପିତା ରାୟ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି।   

Advertisment

ଆଜି ସକାଳେ ଖେଳପଡ଼ିଆ ଥିବା କାରରୁ ୩ ଜଣଙ୍କ ଗୁଳିବିନ୍ଧ ଉଦ୍ଧାର କରାଯାଇଥିଲା। କାର୍‌ ଭିତରେ ୩ ଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ କାର୍ ଡୋର୍ ଲକ୍ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା।

ବ୍ୟକ୍ତି ଜଣଙ୍କ ପ୍ରଥମେ ମା’ ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।  କାହିଁକି ବ୍ୟକ୍ତି ଜଣଙ୍କ ଏପରି କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ କାର ଓ ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଖୋଳତାଡ ଜାରି ରଖିଛି। 

Advertisment
Jharsuguda Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe