Forest office
କଲରାପତରିଆ ବାଘକୁ ଶିକାର କରି ମାଂସକୁ ରୋଷେଇ କରି ଖାଇଲେ ଶିକାରୀ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ। ଏହି ଘଟଣାରେ ବନ କର୍ମଚାରୀ ୩ ଜଣ ଶିକାରୀକୁ ଗିରଫ କରିଛି।
ଗତକାଲି ରାତିରେ ବନ ବିଭାଗର ଟିମ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ହିରାଲୋଇ ଗାଁ ପାଖ ଜଙ୍ଗଲରେ ଚଢ଼ାଉ କରିଥିଲା। ହଠାତ୍ ବନ ବିଭାଗ ଟିମ୍ର ଚଢ଼ାଉ ନେଇ କିଛି ଶିକାରୀ ଛତ୍ର ଭଙ୍ଗ ଦେଇଥିଲେ। ବନ ବିଭାଗ କର୍ମଚାରୀ ୩ ଜଣ ଶିକାରୀକୁ କାବୁ କରିବା ସହ କଲରାପତରିଆ ବାଘର ଛାଲ, ମୁଣ୍ଡ, କିଛି ରନ୍ଧା ଓ କଞ୍ଚା ମାଂସ ଜବତ କରିଥିଲେ। ଏଥିସହ ଗୋଟିଏ ବିଦେଶୀ ବନ୍ଧୁକ ଓ ଗୁଳି ବି ଜବତ କରିଥିଲେ। କିଛି ରନ୍ଧା ମାଂସ ଜବତ ହୋଇଥିବାର ଶିକାରୀ ମାନେ ବାଘକୁ ମାରି ତାକୁ ରୋଷେଇ କରି ଖାଉଥିବା ସନ୍ଦେହ କରାଯାଉଛି।
ଅନ୍ୟପକ୍ଷରେ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ରେଢ଼ାଖୋଲ ଡିଏଫଓ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1724747446.jpg)