/odisha-reporter/media/post_attachments/uploadimage/library/16_9/16_9_0/IMAGE_1723522263.jpg)
Hunter Arrerst
ବନ ବିଭାଗ କ୍ୟାମେରାରେ କଏଦ ହେଲା ଶିକାରୀଙ୍କ ଫଟୋ। ବନ୍ଧା ହେଲେ ୩ ଶିକାରୀ। ଶିମିଳିପାଳର ଅଭୟାରଣ୍ୟର ପିଠାବଟା ରେଞ୍ଜରେ ଲାଗିଥିବା କ୍ୟାମେରାର ଫଟୋ ଆଧାରରେ ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ।
Advertisment
ଗିରଫ ୩ ଅଭିଯୁକ୍ତ ହେଲେ ଶ୍ରୀମତ ମାଝି, କାରୁ ହାଂସଦା ଓ ବୁଧନ ମାଝି। ସମସ୍ତ ତିନି ଅଭିଯୁକ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।
ତିନି ଅଭିଯୁକ୍ତଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ଗିରଫ କରାଯାଇଛି। ଗିରଫ ବେଳେ ଅଭିଯୁକ୍ତମାନଙ୍କ ଘରୁ ଦୁଇଟି ଖାଲି ବନ୍ଧୁକ, ଗୋଟିଏ ଲୋଡ ହୋଇଥିବା ବନ୍ଧୁକ, ଆଧା ତିଆରି ହୋଇଥିବା ବନ୍ଧୁକ, ୭୦ଟି କୋଚିଲାଖାଇ ପକ୍ଷୀ ପର ଓ ନଖ, ସମ୍ବର ଓ ହରିଣ ଶିଙ୍ଘ, ୮ଟି ଧନୁତୀର, ବାରୁଦ ଓ ତିଆରି ହୋଇଥିବା ଗୁଳି ଜବତ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚାଲିଥିବା କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
