Advertisment

ବିଜେଡି କର୍ମୀଙ୍କ ଆତଙ୍କରାଜ: ଟଙ୍କା ନେଇ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି, ହତ୍ୟା ଧମକ ଦେଉଛନ୍ତି

ବିଜେଡି କର୍ମୀମାନେ ଗାଁ ଦାଣ୍ଡରେ ଖଣ୍ଡା ଭୁଜାଲି ଧରି ଆତଙ୍କ ଖେଳାଉଥିବାର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ରାତି ପାହିଲେ ନିର୍ବାଚନ। ତା’ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ। ଭାପୁର ବ୍ଲକ ଭଗବାନପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗାଁରେ ବିଜେଡ଼ି କର୍ମୀମାନେ ଖଣ୍ଡା,ଭୁଜାଲି ଓ ବନ୍ଧୁକ ଦେଖାଇ ଖେଳାଇଛନ୍ତି ଆତଙ୍କରାଜ।

Advertisment

ଟଙ୍କା ନିଅ, ବିଜେଡିକୁ ଭୋଟ ଦିଅ। ବିଜେଡ଼ିକୁ ଭୋଟ ନ ଦେଲେ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ରକ୍ତମୁଖା ବିଜେଡ଼ି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ୩ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ୨ ଜଣଙ୍କୁ ଆଣି ଅଟକ ରଖିଥିବା ଜଣାଯାଇଛି। 

ରାଣୀପଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ପୁଅ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି। ଏନେଇ ସ୍ଥାନୀୟ ବିଜେଡି ନେତା କି ପୁଲିସର ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପକ୍ଷରେ ବିଜେଡି କର୍ମୀମାନେ ଗାଁ ଦାଣ୍ଡରେ ଖଣ୍ଡା ଭୁଜାଲି ଧରି ଆତଙ୍କ ଖେଳାଉଥିବାର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

Advertisment

ଆହତ ଆନନ୍ଦ ପଣ୍ଡା କହିଛନ୍ତି, ସଂଘବଦ୍ଧ ହୋଇ ଆସିଲେ। କାହିଁକି ବିଜେଡିକୁ ଭୋଟ ଦେବନି ବୋଲି କହି ଘରେ ପଶି ମୋତେ ଖଣ୍ଡାରେ ଆକ୍ରମଣ କଲେ।

ଆହତ ସବିତା ସାହୁ କହିଛନ୍ତି,ବିଜେଡି ବିଧାନସଭା ପ୍ରାର୍ଥୀ ବେଣୁଧର ପ୍ରଧାନଙ୍କ ସମର୍ଥକମାନେ ଆମକୁ ଭୋଟ ଦେବାକୁ ଟଙ୍କା ଦେଉଥିଲେ। ହେଲେ ଆମେ ମନା କରିବାକୁ ଖଣ୍ଡା ଭୁଜାଲି ଦେଖାଇ ଧମକ ଦେଇଥିଲେ। ମୋ ପୁଅକୁ ଜୀବନରୁ ମାରିଦେବେ ବୋଲି କହିଥିଲେ।

ଖଣ୍ଡପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ କହିଛନ୍ତି, ବିଜେଡିର କର୍ମୀମାନେ ଆମ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଶାନ୍ତିଶୃଙ୍ଖଳା ସହ ମତଦାନ ହେବାକୁ ଆମେ ଚାହୁଁଛି। ଯଦି ପୁଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ଉପୁଜିବାକୁ ଥିବା ଆଇନ ଶୃଙ୍ଖଳ ସ୍ଥିତି ପାଇଁ ପ୍ରଶାସନ ହିଁ ଦାୟୀ ରହିବ।

Nayagarh 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe