Advertisment

ରାଜଧାନୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ଵର ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସରେ ଚଢ଼ିଥିଲେ ଅଭିଯୁକ୍ତ।

ଅଦ୍ୟତନ ହୋଇଛି
Ganja

Ganja

Advertisment

ଭଦ୍ରକ ରେଳବାଇ ପୁଲିସ ରାଜଧାନୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ କରିବା ସହିତ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ନବନୀତ କୁମାର (୨୮)। ତାଙ୍କ ଘର ବିହାରର ବୈଶାଳୀ ଜିଲାର ଖୋଜପୁର ଗ୍ରାମରେ। ତାଙ୍କ ଠାରୁ ୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

Advertisment

ନବନୀତ ଦୁଇଟି ବ୍ୟାଗରେ ଗଞ୍ଜେଇ ନେଇ ଭୁବନେଶ୍ଵର ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସରେ ଚଢ଼ିଥିଲେ। ଭୁବନେଶ୍ୱର ଷ୍ଟେସନରେ ମୁତୟନ ଆରପିଏଫ କର୍ମଚାରୀ ନବନୀତଙ୍କ ହାବଭାବକୁ ସନ୍ଦେହ କରିଥିଲେ।

ଟ୍ରେନ ଭୁବନେଶ୍ଵର ଷ୍ଟେସନ ଛାଡ଼ିବା ପରେ ଭଦ୍ରକ ରେଳବାଇ ପୁଲିସକୁ ଏ ବାବଦରେ ଭୁବନେଶ୍ୱର ଆରପିଏଫ ପକ୍ଷରୁ ସୂଚନା ଦିଆଯାଇଥିଲା। ରାଜଧାନୀ ଏକ୍ସପ୍ରେସ ଭଦ୍ରକରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କୁ ଟ୍ରେନ ଭିତରେ ଠାବ କରାଯାଇଥିଲା। ଆଉ ଯାଞ୍ଚ ବେଳେ ତାଙ୍କ ବ୍ୟାଗରୁ ଗଞ୍ଜେଇ ମିଳିଥିଲା।

Advertisment

ଭଦ୍ରକ ରେଳବାଇ ଥାନାରେ ଏକ ମାମଲା ରୁଜୁ କରାଯାଇ ନବନୀତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭଦ୍ରକରୁ ପାର୍ଥ ସାରଥୀ ନାୟକଙ୍କ ରିପୋର୍ଟ

Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe