Advertisment

ପୁଣି ଆମେରିକା ବିଶ୍ୱବିଦ୍ୟାଳୟରେ ଗୁଳି ମାଡ; ୩ ମୃତ, ଜଣେ ଗୁରୁତର

ଶତାଧିକ ପର୍ଯ୍ୟଟକ ଥିବା ସମୟରେ ଲାସ୍ ଭେଗାସ୍ ଷ୍ଟ୍ରିପର ମାତ୍ର କିଛି ଦୂରରେ ଥିବା ନେଭାଦା ବିଶ୍ୱବିଦ୍ୟାଳନରେ ଏହି ଅଘଟଣ ଘଟିଛି।

author-image
Debibandita Barick
Police Van

Police Van

ଅଶାନ୍ତ ହେଉଛି ଆମେରିକାର ଶିକ୍ଷାନୁଷ୍ଠାନ କ୍ୟାମ୍ପସ। ସ୍କୁଲ୍-କଲେଜ କ୍ୟାମ୍ପସ ପରିସାରରେ ବୋମା ମାଡ ଏବଂ ଗୁଳିଚାଳନା ଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଦେଶର ଆଉ ଏକ ବିଶ୍ୱବିଦ୍ୟାଳୟରେ ଅତର୍କିତ ଗୁଳିଚାଳନା କରିଛନ୍ତି କିଛି ଦୁର୍ବୃତ୍ତ। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ଶତାଧିକ ପର୍ଯ୍ୟଟକ ଥିବା ସମୟରେ ଲାସ୍ ଭେଗାସ୍ ଷ୍ଟ୍ରିପର ମାତ୍ର କିଛି ଦୂରରେ ଥିବା ନେଭାଦା ବିଶ୍ୱବିଦ୍ୟାଳନରେ ଏହି ଅଘଟଣ ଘଟିଛି। ମିଡିଆ ରିପୋର୍ଟ ଅନୁସାରେ, ଜନପୂର୍ଣ୍ଣ ଏହି ସ୍ଥାନରେ ବନ୍ଧୁକ ଚାଳନା ନିତି ଦିନିଆ ଘଟଣା ହୋଇଗଲାଣି। ବାରମ୍ବାର ଏଠାରେ ଅତର୍କିତ ଗୁଳି ମାଡ କରାଯାଉଛି।

ଲାସ୍ ଭେଗାସ୍ ମହାନଗର ନିଗମ ପୁଲିସ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଘଟଣା ବାବଦରେ ସୂଚନା ଦେଇଛି। ପୁଲିସ କହିଛି ଯେ, ବିଶ୍ୱବିଦ୍ୟାଳୟ ପରିସର ଅଞ୍ଚଳର ଦୁଇଟି ସ୍ଥାନରେ ଗୁଳି ମାଡ ହୋଇଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ବର୍ତ୍ତମାନ ସେମାନେ ଚିକିତ୍ସିତ ହେଉଛନ୍ତି। ଏଥିସହ ଜଣେ ସନ୍ଦିଗ୍ଧର ମଧ୍ୟ ମୃତ୍ୟୁ ଘଟିଛି। 

Advertisment

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେମାନେ ରାସ୍ତା ନିକଟରେ ଛିଡା ହୋଇଥିବା ସମୟରେ ହଠାତ୍ ତିନି ରାଉଣ୍ଡ୍ ଗୁଳି ଫୁଟିଥିଲା। ଭୟଭୀତ ହୋଇ କିଛି ଲୋକ କ୍ୟାମ୍ପସ ପରିରେ ଲୁଚି ଯାଇଥିଲେ। ପରବର୍ତ୍ତୀ ସମୟରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି।  

Las Vegas University Las Vegas University Shooting US Shooting