Advertisment

ପାର୍ବଣ ପୂର୍ବରୁ ରାଜଧାନୀ ପୁଲିସ୍‌କୁ ଲୁଟେରାଙ୍କ ଚ୍ୟାଲେଞ୍ଜ! ଭାଇଭଉଣୀଙ୍କ ଠାରୁ ଝାମ୍ପିନେଲେ ୩ ଲକ୍ଷ

ପାର୍ବଣ ପୂର୍ବରୁ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ୨ ଜଣ ଦୁର୍ବୃତ୍ତ ଆଜି ଦିନ ଦ୍ୱିପ୍ରହରରେ କରିଛନ୍ତି ଲୁଟ। ଭାଇଭଉଣୀଙ୍କ ଠାରୁ ୨ ଦୁର୍ବୃତ୍ତ ୩.୨୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏପରି ଲୁଟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Loot

Loot

Advertisment

ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୁଛି। ଅପରାଧ ମୁକ୍ତ ପୂଜା ପାଇଁ ପୁଲିସ୍‌ ପଣ କରିଛି। ହେଲେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ଲୋକମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି।

Advertisment

ପାର୍ବଣ ପୂର୍ବରୁ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ୨ ଜଣ ଦୁର୍ବୃତ୍ତ ଆଜି ଦିନ ଦ୍ୱିପ୍ରହରରେ କରିଛନ୍ତି ଲୁଟ। ଭାଇଭଉଣୀଙ୍କ ଠାରୁ ୨ ଦୁର୍ବୃତ୍ତ ୩.୨୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏପରି ଲୁଟ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାଚୀ ଏନକ୍ଲେଭ ନିକଟରେ ରହୁଥିବା ଭାଇଭଉଣୀ ଘର କାମ ପାଇଁ ବ୍ୟାଙ୍କକୁ ଆଜି ଟଙ୍କା ଉଠାଣ ପାଇ ଯାଇଥିଲେ। ସେମାନେ ଚନ୍ଦ୍ରଶେଖରପୁର ଫେଜ୍-୧ SBIରୁ ୩ ଲକ୍ଷ ଟଙ୍କା ଉଠାଇବା ସହ ଗୋଟିଏ ବ୍ୟାଗରେ ଏହାକୁ ଧରି ଘରକୁ ଫେରୁଥିଲେ। ମହିଳାଙ୍କ ବ୍ୟାଗରେ ଆଉ ୨୫ ହଜାର ଟଙ୍କା ରହିଥିଲା। ପ୍ରାୟ ୨ଟାରୁ ୨.୩୦ ମଧ୍ୟରେ ସେମାନେ ଟଙ୍କା ଧରି ଘରକୁ ଆସୁଥିଲେ। କିନ୍ତୁ ସେମାନଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ପାଖରୁ ଗୋଟିଏ ପଲସର ୨୨୦ ଦ୍ୱାରା ପିଛା କରୁଥିଲେ।

Advertisment

ଏକଥା କିନ୍ତୁ ଭାଇଭଉଣୀ ଜାଣି ନଥିଲେ। ଏସବୁ ଭିତରେ ପ୍ରାଚୀ ଏନକ୍ଲେଭ ନିକଟରେ ଉଭୟ ପହଞ୍ଚିବା କ୍ଷଣି ଦୁଇ ଜଣ ଯୁବକ ବାଇକରେ ଆସି ସେମାନଙ୍କୁ ଅଟକାଇଥିଲେ। କେହି କିଛି ବୁଝିବା ଆଗରୁ ମହିଳା ଜଣଙ୍କ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ସେମାନେ ଭିଡ଼ି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ସେମାନେ ଚିତ୍କାର କରିଥିଲେ ହେଁ ଲୁଟେରାମାନେ ସେଠାରୁ ଟଙ୍କା ବ୍ୟାଗ ଧରି ଚାଲି ଯାଇଥିଲେ।

ଘଟଣା ପରେ ଭାଇଭଉଣୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଦୁଇ ଲୁଟେରାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି। ହେଲେ ଏଯାଏ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଲୁଟର ଶିକାର ହୋଇଥିବା ଭାଇଭଉଣୀଙ୍କ କହିବା କଥା ଯେ ଘର କାମ ପାଇଁ ସେମାନେ ଟଙ୍କା ଉଠାଇଥିଲେ। ପୂଜା ପୂର୍ବରୁ ଠିକାଦାର ଓ ଅନ୍ୟମାନଙ୍କୁ ଏହି ଟଙ୍କା ଦେବାର ଥିଲା। ସେହିପରି ନିର୍ମାଣ କାମ ପାଇଁ କିଛି ଜିନିଷ ମଧ୍ୟ କିଣିବାର ଥିଲା। ହେଲେ ଘର ନିକଟରୁ ହିଁ ଦୁଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଛନ୍ତି।

ଭାଇଭଉଣୀ ଗୋଟିଏ ଗ୍ଲାମର ଗାଡ଼ିରେ ଟଙ୍କା ଧରି ଆସୁଥିଲେ। ଦୁଇ ଲୁଟେରା ଗୋଟିଏ ୨୨୦ ପଲସର ଗାଡ଼ିରେ ଆସିଥିଲେ। ଗାଡ଼ି ଚାଳକ ହେଲମେଟ ପିନ୍ଧିଥିବା ବେଳେ ପଛରେ ବସିଥିବା ଯୁବକ ହେଲମେଟ ପିନ୍ଧି ନଥିଲେ। 

Odisha Bhubaneswar Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe