/odisha-reporter/media/post_attachments/uploadimage/library/16_9/16_9_0/Odisha_1718281379.jpg)
Odisha
ନୟlଗଡ଼ର ରଣପୁର ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ରଣପୁର ଥାନା ପୁଲିସ। ଚଳିତ ମାସ ୩ ତାରିଖ ରାତିରେ ରଣପୁର ଥାନା ଅନ୍ତର୍ଗତ କାଣ୍ଡପଡା ପଞ୍ଚାୟତ ଅଫିସରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୁଲିସ ୩ ଜଣଙ୍କୁ ବାନ୍ଧିଛି। ସେମାନଙ୍କ ଠାରୁ ବନ୍ଧୁକ ଓ ଗୋଟିଏ କାର ଜବତ ହୋଇଛି।
୩ ତାରିଖ ରାତିରେ ଏମାନେ ଚୋରି କରିବା ସମୟରେ ଗାଁ ଲୋକ ଦେଖି ଦେଇଥିଲେ। ଗାଁ ଲୋକମାନେ ଚୋରମାନଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରିଥିଲେ। ବନ୍ଧୁକ ଦେଖାଇ ସେମାନେ ଘଟଣାସ୍ଥଳରୁ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଗୋଟିଏ ଆଇ ୨୦ କାର ନେଇ ଯାଉଥିବା ବେଳେ ହଠାତ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଚୋରମାନେ କାର ଛାଡ଼ି ପଳାଇ ଯାଇଥିଲେ।
କାଣ୍ଡପଡା ସରପଞ୍ଚଙ୍କ ଅଭିଯୋଗ କ୍ରମେ ରଣପୁର ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଦୁର୍ଘଟଣାଗ୍ରସ୍ତ କାର ନମ୍ବର ପୁଲିସ୍ ଯାଞ୍ଚ କରିଥିଲା। ଏହି ସମୟରେ ଚୋରମାନଙ୍କ ସମ୍ପର୍କରେ ସୂଚନା ପାଇଥିଲା।
ପୁରୀ ଜିଲ୍ଲା ବାସେଳୀସାହି ଥାନା ମଣିସୁଆର ବଗିଚାରେ ଅଭିଯୁକ୍ତମାନେ ଏକାଠି ଡକାୟତି ଯୋଜନା କରୁଥିବା ପୁଲିସ ପାଖରେ ଖବର ପହଞ୍ଚିଥିଲା। ପୁଲିସ୍ ସେହି ସ୍ଥାନରେ ଚଢ଼ଉ କରି ସମସ୍ତଙ୍କୁ ଜବତ କରିଛି। ୩ ତାରିଖରେ ଗୁଳି ଫୁଟାଇବା ପାଇଁ ବ୍ୟବହୃତ ହୋଇଥିବା ବନ୍ଧକଙ୍କୁ ମଧ୍ୟ ପୁଲିସ୍ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ରଞ୍ଜନ କୁମାର, ବାଙ୍କୀ ଥାନା ଅଂଚଳର ପିଣ୍ଟୁ ସ୍ୱାଇଁ ଓ ଅଶୋକ ବାରିକଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ପାତ୍ର ଏବେ ବି ଫେରାର ଅଛି।
ଏମାନେ ରାଜ୍ୟ ବାହାରେ ମଧ୍ୟ ଚୋରି କରୁଥିଲେ। ବନ୍ଦ ରହୁଥିବା ଘରୁ ଲୁଟ କରିବା ପାଇଁ ଏମାନେ ଟାର୍ଗେଟ କରୁଥିଲେ। ପୁଲିସ୍ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୧୪ ରାଉଣ୍ଡ ଗୁଳି, କଟର ମେସିନ, ଇନଭଟର, ଏଲଇଡି ଟିଭି ଆଦି ଜବତ କରିଥିବା ଶରଣକୁଳ SDPO ସୁଧାକର ସାହୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ରିପୋର୍ଟ: ଆଲୋକ ମହାରଣା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
