ଘଟଣା ସ୍ଥଳର ଦୃଶ୍ୟ
ତାମିଲନାଡୁ(Tamilnadu)ର କୋଏମ୍ବାଟୁର ସ୍ଥିତ ଏୟାରପୋର୍ଟ ପଛ ପାଖରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ(Stop Rape) କରାଯିବା ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ପୁଲିସ୍ ଉପରେ ଆକ୍ରମଣ କରି ଖସି ଯିବାକୁ ପୂରା ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍ ସେମାନଙ୍କ ଉପରକୁ ଗୁଳି ମାଡ଼ କରି ଶେଷରେ ଗିରଫ କରିବାରେ ସକ୍ଷମ ହୋଇଛି।
ଗଣଦୁଷ୍କର୍ମ ଘଟଣାର ୩ ଅଭିଯୁକ୍ତ ଥାବାସି, କାରୁପ୍ପାସାମୀ ଓ କାଲୀସ୍ୱର୍ଣ୍ଣକୁ ସୋମବାର ସ୍ୱତନ୍ତ୍ର ପୁଲିସ୍ ଟିମ ଗୋଟିଏ ମନ୍ଦିର ନିକଟରେ ଘେରାବନ୍ଦୀ କରିଥିଲା। ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯିବା ବେଳେ ଗୋଟିଏ ଦା’ରେ ସେମାନେ ପୁଲିସ୍କୁ ଆକ୍ରମଣ କରିଥିଲେ। ଏଥିରେ ହେଡ୍ କନଷ୍ଟେବଲ ଚନ୍ଦ୍ରଶେଖର ଆହତ ହୋଇଛନ୍ତି। ତାଙ୍କ ବାମ ହାତର ରିଷ୍ଟ ଓ ବାହୁରେ କଟା ଦାଗ ରହିଛି।
ସେମାନେ ପୁଲିସ୍କୁ ଆକ୍ରମଣ କରି ଖସି ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପୁଲିସ୍ ୩ ଅଭିଯୁକ୍ତଙ୍କ ଗୋଡ଼ରୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଗୁଳି ସେମାନଙ୍କ ଗୋଡ଼ରେ ମାଡ଼ ହେବାରୁ ସେମାନେ ଖସିବାକୁ ସକ୍ଷମ ହୋଇ ପାରି ନଥିଲେ। ପୁଲିସ୍ ସେମାନଙ୍କୁ ସେଠାରୁ ଗିରଫ କରି କୋଏମ୍ବାଟୁର ଜିଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ବି ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।
ସୂତ୍ର ଅନୁସାରେ, ଅଭିଯୁକ୍ତମାନଙ୍କ ଘର ଶିବଗଙ୍ଗାଇ ଜିଲ୍ଲାରେ ଓ ସେମାନେ କୋଏମ୍ବାଟୁର ସ୍ଥିତ ଗୋଟିଏ ବିଲଡିଂ ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। କାରୁପ୍ପାସାମୀ ଓ କାଲୀସ୍ୱର୍ଣ୍ଣ ସମ୍ପର୍କୀୟ। ସେହିପରି ୩ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିଲା।
କୋଏମ୍ବାଟୁର ପୁଲିସ୍ କମିଶନର ଶ୍ରବଣ ସୁନ୍ଦର କହିଛନ୍ତି, ଅଭିଯୁକ୍ତମାନଙ୍କ ନାଁରେ ହତ୍ୟା ଓ ଚୋରି ଭଳି ମାମଲା ରହିଛି। ରବିବାର ସନ୍ଧ୍ୟାରେ ସେମାନେ ଗଣଦୁଷ୍କର୍ମ ଭଳି ଅପରାଧ ଘଟାଇବା ପୂର୍ବରୁ ଇରୁଗୁର ଠାରେ ମଦ ପିଇଥିଲେ। କୋରିପାଲାୟମ ଠାରୁ ଗୋଟିଏ ବାଇକ ଚୋରି କରିଥିଲେ। ସେମାନଙ୍କ ପାଖରେ ଗୋଟିଏ ଦା’ ରହିଥିଲେ।
ଏୟାରପୋର୍ଟ ନିକଟରେ ଛାତ୍ରୀ ଜଣଙ୍କ ତାଙ୍କ ବନ୍ଧୁଙ୍କ ସହ କାରରେ ଥିବା ବେଳେ ରାତି ପ୍ରାୟ ୧୦.୪୫ରୁ ୧୧ଟା ମଧ୍ୟରେ ୩ ଅଭିଯୁକ୍ତ ସେମାନଙ୍କ ପାଖରେ ପହଞ୍ଚିଥିଲେ। ଗୋଟିଏ ପଥରରେ ସେମାନେ କାରର କାଚ ଭାଙ୍ଗି ଦେଇଥିଲେ।
ସେମାନେ ଛାତ୍ରୀଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ଟିମ ପ୍ରାୟ ୩୦୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା ବୋଲି ସୁନ୍ଦର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/04/tn-2025-11-04-13-42-31.jpg)