Advertisment

ନୂଆ ଫୋନ୍ କିଣିବା ପରେ ପାର୍ଟି ନ ଦେବାରୁ ସାଙ୍ଗକୁ ହତ୍ୟା, ୩ ନାବାଳକ ଗିରଫ

ଫୋନ୍ କିଣିବା ପରେ ସାଙ୍ଗମାନେ ପାର୍ଟି ମାଗିଥିଲେ, କିନ୍ତୁ ସେ ମନା କରିଦେଇଥିଲେ।

Knife

Knife

Advertisment

ସାମାନ୍ୟ କଥାକୁ ନେଇ ଜଣେ ନାବାଳକଙ୍କୁ ହତ୍ୟା କରିଛନ୍ତି ଅନ୍ୟ ତିନି ସାଙ୍ଗ। ଫୋନ୍ କିଣିବା ପରେ ପାର୍ଟି ମାଗିବାରୁ ମନା କରିଥିଲେ ନାବାଳକ। ଏତିକିରେ ଉତ୍ତ୍ୟକ୍ତ ହୋଇ ତିନି ଜଣ ସାଙ୍ଗ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ଏବଂ ସମସ୍ତ ଅଭିଯୁକ୍ତଙ୍କ ବୟସ ୧୬ ବର୍ଷ। ସେମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର। 

ସୂଚନା ଅନୁସାରେ, ଦିଲ୍ଲୀର ଏକ ଦୋକାନ ସମ୍ମୁଖରେ ରକ୍ତଛିଟା ଦେଖି ସନ୍ଦେହ କରିଥିଲା ପୁଲିସ। ଆଖପାଖ ଲୋକଙ୍କୁ ପଚାରିବାରୁ ଜାଣିବାକୁ ପାଇଲା ଯେ, କିଛି ନାବାଳକ ଜଣେ ପିଲାଙ୍କୁ ଛୁରୀ ଭୁଶିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଛି।

Advertisment

ଏହାର କିଛି ସମୟ ପରେ ପୁଲିସ ପାଖକୁ ଡାକ୍ତରଖାନାରୁ ଖବର ଆସିଥିଲା। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣା ଯାଇଥିଲା ଯେ, ମୃତକଙ୍କ ପିଠିରେ ଛୁରୀ ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ପୁଲିସ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ନାବାଳକମାନେ ମୃତ ଛାତ୍ରଙ୍କ ସାଙ୍ଗ। ସେମାନେ ଏକାଠି ହୋଇ ଫୋନ୍ କିଣିବାକୁ ଯାଇଥିଲେ। ମୃତ ନାବାଳକ ଫୋନ୍ କିଣି ସାଙ୍ଗମାନଙ୍କ ସହ ଫେରିବା ସମୟରେ ସେମାନେ ତାଙ୍କୁ ପାର୍ଟି ମାଗିଥିଲେ।

କିନ୍ତୁ ସେ ପାର୍ଟି ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଧୀରେ ଧୀରେ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲେ। ହଠାତ୍ ଅନ୍ୟ ତିନି ଜଣ ସାଙ୍ଗ ନାବାଳକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯେଉଁଥିରେ ତାଙ୍କ ଜୀବନ ଚାଲିଯାଇଛି। 

Delhi Murder Case Murder Crime Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe