ପୁଲିସ ଏନକାଉଣ୍ଟରରେ ଟଳିଲେ ୩ ମହିଳା ନକ୍ସଲ

ଗତକାଲି ନାରାୟନପୁର ଓ କଂକେର ସୀମାବର୍ତ୍ତୀ ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

Representation image

  • Published: Saturday, 31 August 2024
  • , Updated: 31 August 2024, 08:24 AM IST

ମାଲକାଗିରି ସୀମାନ୍ତ ଛତିଶଗଡ଼ର ନାରାୟନପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି। ମୃତ ମହିଳା ନକ୍ସଲମାନେ ହେଲେ ଲକ୍ଷ୍ମୀ, ସବିତା ଓ ଶାନ୍ତି। ମୃତ ଲକ୍ଷ୍ମୀଙ୍କର ଘର କାଲିମେଳା ତେକଗୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି।

ଗତକାଲି ନାରାୟନପୁର ଓ କଂକେର ସୀମାବର୍ତ୍ତୀ ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୁଲିସ ଏନକାଉଣ୍ଟରରେ ୩ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା।

ଲକ୍ଷ୍ମୀ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ସବିତା ଓ ଶାନ୍ତି ଏସିଏମ ଥିବା ବେଳେ ଏହି ଦୁଇଜଣଙ୍କ ନାମରେ ସରକାର ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ପୁଲିସ ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି।

Related story