Advertisment

ପ୍ରେମିକାକୁ ବୁଲାଇ ନେବା ପାଇଁ କାର୍ ଚୋରି, ୩ ସାଙ୍ଗ ଗିରଫ

ତିନି ଜଣ କଲେଜ ଛାତ୍ର କାର୍ ଚୋରି କରି ଗିରଫ ହୋଇଛନ୍ତି।

Three accused in front of police station

Three accused in front of police station

Advertisment

ପ୍ରେମିକାକୁ ଖୁସି କରିବା ପାଇଁ କିଏ କେତେ ଉପାୟ ଆପଣାନ୍ତି। ଜୀବନର ବହୁମୂଲ୍ୟ ଦେବାକୁ ମଧ୍ୟ ପଛାନ୍ତି ନାହିଁ! ଏହି କ୍ରମରେ ଦିଲ୍ଲୀର ଜଣେ କଲେଜ ଛାତ୍ର କାର୍ ଚୋରି ଭଳି ଅପରାଧିକ ପନ୍ଥା ଆପଣାଇ ଗିରଫ ହୋଇଛନ୍ତି। ଏଥିସହ ତାଙ୍କୁ ସାହାଯ୍ୟ କରିଥିବା ତାଙ୍କର ଦୁଇ ଜଣ ସାଙ୍ଗ ମଧ୍ୟ ଆଇନର ଜାଲରେ ଫସିଛନ୍ତି।

Advertisment

ସୂଚନା ଅନୁସାରେ, ଏମାନେ ଦିଲ୍ଲୀର ଗ୍ରେଟର୍ ନୋଏଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଜଣେ ସାଙ୍ଗ ତାଙ୍କ ପ୍ରେମିକାଙ୍କୁ ଖୁସି କରିବା ପାଇଁ କାରରେ ବୁଲାଇ ନେବାକୁ ମନ କରିଥିଲେ। ହେଲେ ପାଖରେ କାର୍ ନାହିଁ କି କିଣିବାକୁ ଟଙ୍କା ବି ନାହିଁ। ତେଣୁ ସେ ଚୋରି କରିବାର ଯୋଜନା କରିଥିଲେ।

ତାଙ୍କର ଏହି ଯୋଜନାରେ ଅନ୍ୟ ଦୁଇ ଜଣ ସାଙ୍ଗ ମଧ୍ୟ ସାହାଯ୍ୟ କରିଥିଲେ। ସେପ୍ଟେମ୍ବର ୨୬ରେ ଏମାନେ ଗ୍ରେଟର୍ ନୋଏଡାରୁ ଏକ କାର୍ ଚୋରି କରିଥିଲେ। କାର୍ ମାଲିକଙ୍କ ଅଭିଯୋଗ କ୍ରମେ, ପୁଲିସ କାର୍ ଖୋଜିବାରେ ଲାଗିଥିଲା। ୧୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଶେଷରେ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୁଲିସ। ଆଉ କାର୍ ଚୋରି ପଛରେ ଅସଲ କାରଣର ପର୍ଦ୍ଦାଫାସ କରିିଛି। 

Advertisment

ଏହି ମାମଲାରେ ଶ୍ରେୟ, ଅନିକେତ ନାଗର ଏବଂ ଦୀପାଂଶୁ ଭାତି ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେଉଁ ଦୁଇ ଜଣ ସାଙ୍ଗକୁ କାର୍ ଚୋରି କରିବାରେ ସାହାଯ୍ୟ କରିଥିଲେ ସେନେଇ ପୁଲିସ ସ୍ପଷ୍ଟ କରିନାହିଁ। ତେବେ ପୁଲିସ ସେମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। 

Car Theft Hyundai Venue Greater Noida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe