Advertisment

ଖେଳନା ବନ୍ଧୁକ ଦେଖାଇ ଲୁଟି ଥିଲେ ଟ୍ରକ, ୩ ଗିରଫ

ଅଭିଯୁକ୍ତ ମାନେ ଡ୍ରାଇଭରକୁ ଖେଳନା ବନ୍ଧୁକ ଦେଖାଇ ଚୋରି କରିଥିଲେ

Loot

Loot

Advertisment

ପାଟଣାଗଡ଼ ରାମପୁର ପେଟ୍ରୋଲପମ୍ପ ରୁ ଏକ ଟ୍ରକ ଚୋରି ଘଟଣା ରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପାଟଣାଗଡ଼ ପୁଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ କଣ୍ଟାମାଲ ଅଞ୍ଚଳର ଆନନ୍ଦ ସାହୁ, ବଲାଙ୍ଗୀର ଠିକାଦାର ପଡ଼ାର କାହ୍ନା ଜେନା ଓ ଖର୍ଲିକାନି ଗାଁର ଚମାରୁ ମୁଣ୍ଡା ବୋଲି ଜଣାପଡ଼ିଛି।

Advertisment

ପାଟଣାଗଡ଼ SDPOଙ୍କ ସୁଚନା ଅନୁସାରେ, ଏମାନେ ୨୧ ତାରିଖ ଦିନ ଛତିଶଗଡ଼ ଚମ୍ପାରୁ ମାଙ୍ଗାନିଜ ନେଇ ବିଶାଖାପାଟଣା ଯାଉଥିବା ଏକ ଟ୍ରକ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ବିଶ୍ରାମ ନେଉଥିଲା। ଏହି ସମୟରେ ଅଭିଯୁକ୍ତ ମାନେ ଡ୍ରାଇଭରକୁ ଖେଳନା ବନ୍ଧୁକ ଦେଖାଇ ଚୋରି କରିଥିଲେ। ପରେ ଅଭିଯୁକ୍ତ ମାନେ ଗାଡ଼ି ଓ ଡ୍ରାଇଭରକୁ ଦେଓଗାଁ ଥାନା ଅଞ୍ଚଳ ର ଏକ ନିଛାଟିଆ ଜଙ୍ଗଲ ରେ ଛାଡ଼ି ଫେରାର ହୋଇଯାଇଥିଲେ।

ପୁଲିସ ଏନେଇ ଅଧିକ ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ମାନେ ଚୋରି କରିବା ବେଳେ ବ୍ୟବହାର କରିଥିବା ଦୁଇ ଟି ବାଇକ୍‌କୁ ଜବତ ହୋଛି। ଏଥିରେ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଶୀଘ୍ର ଗିରଫ କରାଯିବ।

Advertisment
Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe