Advertisment

ଅମୃତ ମହୋତ୍ସବ ପାଳନ ଅବସରରେ ମୁକ୍ତ ହେଲେ ୩ କଏଦୀ

ଏହି ୩ କଏଦୀ ନରହନ୍ତା ପରି ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ। ମାତ୍ର ଜେଲ୍‌ରେ ସେମାନଙ୍କ ଆଚରଣ, ଉଚ୍ଚାରଣରେ ପରିବର୍ତ୍ତନ ହେବାରୁ ଆଜି ସେମାନଙ୍କୁ ମୁକ୍ତ କରାଯାଇଛି।

Prisioners

Prisioners

Advertisment

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମୁକ୍ତ ହେଲେ ୩ କଏଦୀ। ଏହି ୩ କଏଦୀ ନରହନ୍ତା ପରି ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ। ମାତ୍ର ଜେଲ୍‌ରେ ସେମାନଙ୍କ ଆଚରଣ, ଉଚ୍ଚାରଣରେ ପରିବର୍ତ୍ତନ ହେବାରୁ ଆଜି ସେମାନଙ୍କୁ ମୁକ୍ତ କରାଯାଇଛି। ଏପରି ଏକ ଘଟଣା ଆଜି କେନ୍ଦୁଝର ଜିଲ୍ଲା କାରାଗାରରେ ଦେଖିବାକୁ ମିଳିଛି।

Advertisment

ମୁକ୍ତ କଏଦୀମାନେ ହେଲେ ଖଜୁରିବାହାଳ ଗ୍ରାମର ସମରା ମୁଣ୍ଡା, ଆହାରପଡ଼ା ଗ୍ରାମ ର ଗୋବିନ୍ଦ ମୁଣ୍ଡା ଓ ଖୁଦ ପୁଟିଳି ଗ୍ରାମର ଜଗନ୍ନାଥ ମୁଣ୍ଡା । ଏହି ୩ ଜଣ କଏଦୀ ୧୦ ବର୍ଷରୁ କମ ଦଣ୍ଡରେ ଦଣ୍ଡିତ ହୋଇ ଜେଲ୍‌ରେ ଥିଲେ।  ମାତ୍ର ସେମାନଙ୍କ ଆଚରଣ ଏବଂ ସ୍ଵଭାଵରେ ପରିବର୍ତ୍ତନ ଆସିଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ଜେଲ୍‌ ପକ୍ଷରୁ ସୁପାରିଶ କରାଯାଇଥିଲା । ଏହାପରେ ସେମାନେ ଆଜି ମୁକ୍ତ ହେଲେ ।

ଓଡିଶାରୁ ସମୁଦାୟ ୨୨ ଜଣ କଏଦୀ ମୁକ୍ତି ପାଇବାକୁ ଥିବାବେଳେ ସେଥିମଧ୍ୟରୁ କେନ୍ଦୁଝରରୁ ତିନି ଜଣ ରହିଛନ୍ତି । ଅପରାଧରେ ଲିପ୍ତ ଥିବା ଯୁବକ ଓ ବ୍ୟକ୍ତି ବିଶେଷ ଏଥିରୁ ନିବୃତ ରହିବାକୁ ମୁକ୍ତ କଏଦୀମାନେ ଆହ୍ୱାନ ଦେଇଛନ୍ତି । ଏଠାରୁ ଯିବା ପରେ ଗାଁ ରେ ସାଧାରଣ ଭଲ ମଣିଷ ଭଳି ଚଳିବେ ବୋଲି ବହିଛନ୍ତି ଜେଲରୁ ମୁକ୍ତ ଗୋବିନ୍ଦ ମୁଣ୍ଡା ।

Advertisment

କେନ୍ଦୁଝର ଜେଲ ସୁପରିଣ୍ଟେଡେଣ୍ଟ କୁମାର ମାରାଣ୍ଡି କହିଛନ୍ତି, ଅମୃତ ମହୋତ୍ସବ ପାଳନ ଅବସରରେ ୧୦ ବର୍ଷରୁ କମ୍‌ ଦଣ୍ଡରେ ଦଣ୍ଡିତ ଅପରାଧିଙ୍କୁ ଛଡ଼ା ଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଆଇନ ଓ ଗୃହ ବିଭାଗ ସୁପାରିଶ ଅନୁଯାୟୀ ୩ ଜଣଙ୍କ ନାମ ସୁପାରିସ କରାଯାଇଥିଲା। ଜେଲ୍‌ରେ ଥିବା ବେଳେ ସେମାନଙ୍କ ଆଚାର, ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା। ସେମାନେ ପୁଣି ଥରେ ନିଜ ପରିବାର ସହ ଜୀବନ ଯାପନ କରିବେ। ପାରିବାରିକ ମାମଲାରେ ଛନ୍ଦି ହୋଇ ଜେଲ୍‌କୁ ଯାଇତିଲେ।

Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe