Advertisment

ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରେମିକାଙ୍କୁ ଗଣଦୁଷ୍କର୍ମ, ଭିଡିଓ ରାଇରାଲ୍‌

ରବିବାର ପ୍ରେମୀ ଯୁଗଳ ଫତେଗଡ ରାମ ମନ୍ଦିର ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ଉଭୟ ସନ୍ଧ୍ୟା ବେଳେ ଫେରୁଥିଲେ। ତେବେ ଅଧା ରାସ୍ତାରେ କିଛି ନିଶାଶକ୍ତ ଯୁବକ ଛୁରୀ ଦେଖାଇ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନେ ଉଭୟଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ।

Rape

Rape

Advertisment

ପ୍ରେମିକଙ୍କୁ ଗଛରେ ବାନ୍ଧି ତାଙ୍କ ଆଗରେ ପ୍ରେମିକାଙ୍କୁ ଗଣଦୁଷ୍କର୍ମ! ଏପରିକି ଗଣ ଦୁଷ୍କର୍ମ ସମୟରେ ଭିଡିଓ ରେକଡିଂ କରି ଭାଇରାଲ୍‌ କରିଦେଲେ। ଏପରି ଲଜ୍ଜା ଜନକ ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ରବିବାର ପ୍ରେମୀ ଯୁଗଳ ଫତେଗଡ ରାମ ମନ୍ଦିର ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ଉଭୟ ସନ୍ଧ୍ୟା ବେଳେ ଫେରୁଥିଲେ। ତେବେ ଅଧା ରାସ୍ତାରେ କିଛି ନିଶାଶକ୍ତ ଯୁବକ ଛୁରୀ ଦେଖାଇ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନେ ଉଭୟଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ତା’ପରେ ତାଙ୍କ ଆଗରେ ତାଙ୍କ ପ୍ରେମିକାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏଥିସହ ଗଣ ଦୁଷ୍କର୍ମ ସମୟରେ ଭିଡ଼ିଓ ରେକଡିଂ କରିଥିଲେ। ପ୍ରେମୀ ଯୁଗଳଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇଯାଇଥିଲା। ତା’ପରେ ସେମାନଙ୍କୁ ସେହି ଜଙ୍ଗଲ ଭିତରେ ଛାଡ଼ି ପଳାଇ ଯାଇଥିଲେ। ଆଉ ଗଲା ବେଳେ ଧମକ ଦେଇଯାଇଥିଲେ।

ବହୁ କଷ୍ଟରେ ଜୀବନ ବିକଳରେ ପ୍ରେମୀ ଯୁଗଳ ଜଙ୍ଗଲରୁ ବାହାରି ଘରକୁ ଫେରିଥିଲେ। ଲୋକ ଲଜ୍ଜା ଭୟରେ ଜଙ୍ଗଲରେ ଯାହା ଘଟିଥିଲା, ସେ ସମ୍ପର୍କରେ କାହାକୁ କହିନଥିଲେ। ହେଲେ ପରବର୍ତ୍ତୀ ସମୟରେ ଦୁଷ୍କର୍ମ ଅଭିଯୁକ୍ତମାନେ ଯୁବତୀଙ୍କ ପାଖକୁ ଫୋନ୍‌ କରିଥିଲେ। ପୁଣି ଥରେ ଯିବା ପାଇଁ କହିଥିଲେ। ନଗଲେ ଦୁଷ୍କର୍ମ ସମୟରେ ରେକଡିଂ କରିଥିବା ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତା ଯୁବତୀ ନଯିବାରୁ ଦୁଷ୍କର୍ମକାରୀମାନେ ଭିଡିଓକୁ ଭାଇରାଲ୍‌ କରିଦେଇଥିଲେ। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଗୁରୁବାର ପୀଡ଼ିତା ଏନେଇ ପତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଖଣ୍ଡପଡ଼ାରୁ ରାକେଶ ଚନ୍ଦ୍ର ପାଢ଼ୀ

Crime Nayagarh Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe