Advertisment

ଚାନ୍ଦା ନ ଦେବାରୁ ଠିକାଦାରଙ୍କ ପରିବାର ଉପରେ ଆକ୍ରମଣ, ୩ ଗୁରୁତର

ଚାନ୍ଦା ନ ଦେବାରୁ ଠିକାଦାରଙ୍କ ପରିବାର ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ଏହି ସଂଘବଦ୍ଧ ଆକ୍ରମଣରେ ସଂପୃକ୍ତ ଠିକାଦାରଙ୍କ ପରିବାରର ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।

author-image
Niharika Rout
Medical

Medical

ଚାନ୍ଦା ନ ଦେବାରୁ ଠିକାଦାରଙ୍କ ପରିବାର ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ଏହି ସଂଘବଦ୍ଧ ଆକ୍ରମଣରେ ସଂପୃକ୍ତ ଠିକାଦାରଙ୍କ ପରିବାରର ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୁଇଁପୁର ଛକରେ ଘଟିଛି।

Advertisment

ଜଣେ ଠିକାଦାରଙ୍କ ଭାଇ ଓ ତାଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥବା ଆଳି ଥାନାରେ ଅଭିଯୋଗ ହୋଇଛି । ଗୁରୁତର ୩ ଜଣଙ୍କୁ ପ୍ରଥମେ ଆଳି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି।

ମଧୁବନ ଗ୍ରାମର ଠିକାଦାର ସୁକାନ୍ତ ରାଉତ ଆଳି ଥାନାରେ ଦାଏର ଏତଲାରେ ଦର୍ଶାଇଛନ୍ତି, ତାଙ୍କ ଭାଇ ପ୍ରଶାନ୍ତ ରାଉତ ୟୁକୋ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଭୂଇଁପୁର ଛକରେ ତାଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ନିଆଳ ଗ୍ରାମର ସନ୍ତୋଷ ପଢିହାରୀଙ୍କ ସମେତ ୬ ଜଣ ଯୁବକ ତାଙ୍କ ଭାଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

Advertisment

ଚାନ୍ଦା କାହିଁକି ଦେଉନ ବୋଲି ଧମକ ଦେବା ସହ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପ୍ରଶାନ୍ତ ପ୍ରତିବାଦ କରିବାରୁ ତାଙ୍କ ଉପରେ ସେମାନେ ମିଳିତ ଅତର୍କିତ ଆକ୍ରମଣ କରିଥିଲେ।

ଖବର ପାଇ ପ୍ରଶାନ୍ତ ରାଉତଙ୍କ  ଦୁଇ ପୁତୁରା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏଥିରେ ସେମାନେ ବି ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ସନ୍ତୋଷ ପଢିହାରୀ ପାଲଟା ଅଭିଯୋଗ ଆଣି କହିଛନ୍ତି ଠିକାଦାରଙ୍କ ଭାଇ ଓ ତାଙ୍କ ସହଯୋଗୀ ଭୁଇଁପୁର ଛକରେ ଗାଳିଗୁଲଜ କରୁଥିଲେ । ଆମେ ପ୍ରତିବାଦ କରିବାରୁ ସେମାନେ କିଛି ପିଲା ଡାକି ମୋ’ ଉପରେ ଆକ୍ରମଣ କରିଥିଲେ ।

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

Kendrapada