Advertisment

ମୃଦୁ ପାନୀୟରେ ନିଶା ଦେଇ ଛାତ୍ରଙ୍କଠାରୁ ଲୁଟିନେଲେ!

୪ଜଣ ଛାତ୍ର ମୃଦ୍ୟୁ ପାନୀୟ ପିଇଥିବା ବେଳେ ବଲବନ୍ତ ନାମକ ଜଣେ ଛାତ୍ର ପିଇ ନଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
student

student

ମୃଦୁ ପାନୀୟରେ ନିଶା ଦେଇ ଛାତ୍ରଙ୍କଠାରୁ ଲୁଟିନେଲେ ଟଙ୍କା ଓ ମୋବାଇଲ। ୩ଜଣ ଛାତ୍ରଙ୍କୁ ଅଚେତ ଅବସ୍ଥାରେ ରେଲୱେ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ। ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ SSC ପରୀକ୍ଷା ଥିଲା। ସେଥିପାଇଁ ବେଳପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ଟ୍ରେନଟି ବିଳମ୍ବରେ କଣ୍ଟାବାଞ୍ଜିରେ ପହଞ୍ଚିବାରୁ ରାତିରେ waiting ହଲ୍‌ରେ ଶୋଇକି ସକାଳୁ ନିଜ ନିଜ ଗାଁକୁ ଯିବା ପାଇଁ ସ୍ଥିର କରିଥିଲେ । ପରେ ଛାତ୍ରମାନେ ଥଣ୍ଡା ଷ୍ଟେସନରେ ନିକଟରେ ଥିବା ଦୋକାନରୁ ମୃଦୁ ପାନୀୟ କିଣି ପିଇଥିଲେ।

୪ଜଣ ଛାତ୍ର ମୃଦୁ ପାନୀୟ ପିଇଥିବା ବେଳେ ବଲବନ୍ତ ନାମକ ଜଣେ ଛାତ୍ର ପିଇ ନଥିଲେ। ପରେ ସମସ୍ତ ଛାତ୍ର ଶୋଇପଡ଼ିଥିଲେ। ସକାଳୁ ଉଠି ବଲବନ୍ତ ଅନ୍ୟ ଛାତ୍ରମାନଙ୍କୁ ଡାକିଥିଲେ। ୩ଜଣ ଛାତ୍ର ଅଚେତ ଅବସ୍ଥାରେ ପଡ଼ିଥିବାରୁ କେହି ବଲବନ୍ତଙ୍କ ଡାକ ଶୁଣି ନଥିଲେ। ଆନନ୍ଦ ଭୋଇ ନାମକ ଜଣେ ଛାତ୍ରଙ୍କର କୌଣସି ପତ୍ତା ମିଳିନଥିଲା। ବଲବନ୍ତ ଏନେଇ ଜିଆରପି ପୁଲିସକୁ ଜଣାଇଥିଲେ। ଜିଆରପି ୩ ଛାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଏହି ଛାତ୍ରଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲକୁ କେହି ଦୁର୍ବୃତ୍ତ ନେଇ ଯାଇଥିବା ଜଣାପଡ଼ିଥିଲା। ଜିଆରପି ପୁଲିସ ନିଖୋଜ ଛାତ୍ର ଆନନ୍ଦଙ୍କ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।

Advertisment
Bolangiri