Advertisment

ଗାଡ଼ି ଲକ୍‌ ନ କରି ଖାଇବାକୁ ପଳାଇଲେ ପୁଲିସ୍‌ ବାବୁ, ଚକମା ଦେଇ ଖସିଗଲେ ୩ ଲୁଟେରା

ଅଭିଯୁକ୍ତମାନଙ୍କ ଡ୍ୟୁଟିରେ ଥିବା ସମସ୍ତ ପୁଲିସ୍‌ କର୍ମଚାରୀ କେବଳ ଏକାଠି ଖାଇବାକୁ ଯାଇ ନଥିଲେ, ବରଂ ସେମାନେ ଗଲା ବେଳେ ଗାଡ଼ିର ଡୋର୍‌ ମଧ୍ୟ ଲକ୍‌ କରି ନଥିଲେ।

CCTV

CCTV

Advertisment

ଟ୍ରେନ ଲୁଟ ଠାରୁ ଆରମ୍ଭ କରି ପୁଲିସ ଭ୍ୟାନରୁ ବେଶ ସଫଳତାର ସହ ଖସି ଯାଇଛନ୍ତି ୩ ଯୁବକ। ଟ୍ରେନରୁ ଲୁଟ କରିବା ଘଟଣାରେ ଏମାନେ ଗିରଫ ହୋଇଥିଲେ। କିନ୍ତୁ ପୁଲିସ୍‌କୁ ଚକମା ଦେଇ ସେମାନେ ପୁଲିସ୍‌ ବସ୍‌ରୁ ଖସି ଯାଇଛନ୍ତି।

Advertisment

ପୁଲିସ୍‌ କର୍ମଚାରୀମାନେ ସମ୍ଭବତଃ ଅଭିଯୁକ୍ତଙ୍କୁ ନେବା ବେଳେ କେଉଁ ସବୁ ନିୟମ ପାଳନ କରିବା କଥା, ସେକଥା ଭୁଲି ଯାଇଥିଲେ। ନଚେତ ସେମାନେ କାହିଁକି ଗାଡ଼ିକୁ ବିଚ୍‌ ରାସ୍ତାରେ ଲକ ନ କରି ଏକାଠି ହୋଇ ଖାଇବାକୁ ଚାଲି ଯାଇଥିଲେ? ନିୟମକ କହୁଛି ଯେ ଯେତେବେଳେ ବି ଗାଡ଼ିରେ ଅଭିଯୁକ୍ତ ରହିଛନ୍ତି ସେତେବେଳେ ଏହାକୁ ଲକ କରିବା କଥା। ହେଲେ ଏହି ଘଟଣାରେ ପୁଲିସ୍‌ ବାବୁମାନେ ସବୁ ନିୟମକୁ ଫୁ’ କରି ଦେଇଛନ୍ତି।

ଉତ୍ତର ପ୍ରଦେଶରୁ ଏପରି ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ ଟ୍ରେନରୁ ଲୁଟ କରୁଥିବା ଘଟଣାରେ ୭ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଝାନ୍‌ସୀରେ ଥିବା ରେଳବାଇ କୋର୍ଟରେ ହାଜର କରାଯାଇଥାଆନ୍ତା। ଏଥିପାଇଁ ଗୋଟିଏ ପୁଲିସ୍‌ ବସ୍‌ରେ ସମସ୍ତଙ୍କୁ ପୁଲିସ କର୍ମଚାରୀମାନେ କୋର୍ଟ ଅଭିମୁଖେ ନେଇଥିଲେ। କିନ୍ତୁ ଅଧା ବାଟରେ ପୁଲିସ ବାବୁମାନେ କିଛି ଖାଇବା ପାଇଁ ଇଚ୍ଛା କରିଥିଲେ।

Advertisment

ଅଭିଯୁକ୍ତମାନଙ୍କ ଡ୍ୟୁଟିରେ ଥିବା ସମସ୍ତ ପୁଲିସ୍‌ କର୍ମଚାରୀ କେବଳ ଏକାଠି ଖାଇବାକୁ ଯାଇ ନଥିଲେ, ବରଂ ସେମାନେ ଗଲା ବେଳେ ଗାଡ଼ିର ଡୋର୍‌ ମଧ୍ୟ ଲକ୍‌ କରି ନଥିଲେ। ଏହାର ଫାଇଦା ଉଠାଇ ୩ ଅଭିଯୁକ୍ତ ଖସି ଯାଇଛନ୍ତି। ଏହାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

ଏଥିରେ ଦେଖିବାକୁ ମିଳିଛୁ ଯେ ଗୋଟିଏ ପୁଲିସ୍‌ ଏସୟୁଭି ଅଭିଯୁକ୍ତମାନେ ଥିବା ଭ୍ୟାନ୍‌କୁ କ୍ରସ କରିଥିଲା। ଏହାପରେ ଭ୍ୟାନର ଡୋର୍‌କୁ ଜଣେ ଅଭିଯୁକ୍ତ ଧୀରେଧୀରେ ଖୋଲିଥିଲା। ସେ ଉଭୟ ପାଖକୁ ଚାହିଁ ବେଶ ଧୀରେ ଧୀରେ କିଛି ବାଟ ଚାଲିବା ପରେ ସେଠାରୁ ଦୌଡ଼ି ଚାଲି ଯାଇଥିଲା। ତାକୁ ଆଉ ଜଣେ ଅଭିଯୁକ୍ତ ଅନୁସରଣ କରିଥିଲା। ଶେଷରେ ଆଉ ଜଣେ ଯୁବକ ପୁଲିସ ଭ୍ୟାନରୁ ବାହାରିଥିଲା। କିନ୍ତୁ ସେ ଆଉ ଗୋଟିଏ ବିପରୀତ ଦିଗରେ ଦୌଡ଼ି ଥିଲା।

ଏହି ଘଟଣାକୁ ପୁଲିସ୍‌ର ବଡ଼ ବାବୁମାନେ ଗୁରୁତ୍ୱର ସହ ନେଇଛନ୍ତି। ଘଟଣା ପାଇଁ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ଓ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଜଣେ ପୁଲିସ୍‌ କର୍ମଚାରୀ କହିଛନ୍ତି, “୩ ଅଭିଯୁକ୍ତ ଜ୍ଞାନପ୍ରସାଦ, ଶୈଳନ୍ଦ୍ର ଓ ବ୍ରିଜେନ୍ଦର ପୁଲିସ୍‌ ଭ୍ୟାନରୁ ଖସି ଯାଇଛନ୍ତି। ଏହି ଘଟଣାରେ ସବ ଇନସପେକ୍ଟର ରାଜେନ୍ଦ୍ର ଅନୁରାଗୀ, ପଙ୍କଜ ସିଂହ ଓ ସୁରେଶ ସିଂହ, ହେଡ କନଷ୍ଟେବଲ ଶିବପାଲ ସିଂହ, ସୁନୀଲ କୁମାର, ସନ୍ଦୀପ ଓ ଦୀପେନ୍ଦର ଏବଂ କନଷ୍ଟେବଲ ଅନୀଲଙ୍କ ବିରୋଧରେ ମାମଲା ହୋଇଛି। ଯେଉଁ ଅଭିଯୁକ୍ତମାନେ ଖସି ଯାଇଛନ୍ତି, ସେମାନଙ୍କ ନାଁରେ ମଧ୍ୟ ମାମଲା ହୋଇଛି।” ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଝାନସୀ ପୁଲିସର ଦୁଇଟି ଟିମ ଓ ସ୍ୱାଟ ଟିମ କାମ ଆରମ୍ଭ କରିଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe