Advertisment

ପରିବାର ସାମନାରେ ୩ ମହିଳାଙ୍କୁ ଗଣବଳାତ୍କାର; ୪ ଅଭିଯୁକ୍ତ ଫେରାର

ପ୍ରାୟ ଅଢେଇ ଘଣ୍ଟା କାଳ ଏପରି ଅମାନବୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଘରୁ ଟଙ୍କା, ସୁନା ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି।

author-image
Niharika Rout
undefined

Rape

ହରିୟାଣାର ପାନିପଥରେ ଗତ ରାତିରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପରିବାର ସଦସ୍ୟଙ୍କ ଆଗରେ ଘରର ୩ ମହିଳାଙ୍କୁ ଗଣବଳାତ୍କାର କଲେ ୪ ଦୁର୍ବୃତ୍ତ। ଏହି ସମୟରେ ସେମାନେ ଘରର ପୁରୁଷ ଲୋକଙ୍କୁ ରଶିରେ ବାନ୍ଧି ଦେଇଥିଲେ। ପ୍ରାୟ ଅଢେଇ ଘଣ୍ଟା କାଳ ଏପରି ଅମାନବୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଘରୁ ଟଙ୍କା, ସୁନା ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ସନ୍ଧାନ ପାଇପାରିନି।

Advertisment

ପୀଡ଼ିତା ମହିଳାମାନେ କରିଥିବା ଅଭିଯୋଗ ଅନୁଯାୟୀ, ବୁଧବାର ରାତି ପ୍ରାୟ ଗୋଟାଏ ପରେ ୪ ଯୁବକ ମାରଣାସ୍ତ୍ର ଧରି ସେମାନଙ୍କ ଘରେ ପଶିଥିଲେ। ସେମାନେ ନିଜ ମୁହଁକୁ ରୁମାଲରେ ବାନ୍ଧି ଦେଇଥିବା ବେଳେ ଛୁରୀ ଦେଖାଇ ପରିବାରର ପୁରୁଷ ଲୋକଙ୍କୁ ବାନ୍ଧି ଦେଇଥିଲେ। ସେମାନେ ମହିଳାମାନଙ୍କୁ ପ୍ରାୟ ଅଢେଇ ଘଣ୍ଟା କାଳ ଗଣବଳାତ୍କାର କରିଥିଲେ। ଏପରିକି ପାଟି କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ସେମାନେ ଫେରାର ହେବା ପୂର୍ବରୁ ଘରୁ ସମସ୍ତ ଟଙ୍କା ଓ ଗହଣା ଲୁଟି ପଳାଇଥିଲେ

କିଛି ସମୟ ପରେ ଘଟଣାସ୍ଥଳରୁ ପ୍ରାୟ ୧ କିମି ଦୂରରେ କିଛି ଦୁର୍ବୃତ୍ତ ଜଣେ ରୋଗାକ୍ରାନ୍ତ ମହିଳାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ସେମାନେ ତାଙ୍କ ଘରୁ ବି ମୋବାଇଲ ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।

Advertisment

ଏହି ଦୁଇ ଘଟଣା ଗୋଟିଏ ଦିନରେ ଗୋଟିଏ ଗାଁରେ ହୋଇଥିବାରୁ ପୁଲିସ୍‌ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟ ଘଟଣାର ଅଭିଯୁକ୍ତ ସମାନ ନା ଅଲଗା ପୁଲିସ୍‌ ସେ ସଂକ୍ରାନ୍ତରେ ତଲାସୀ ଜାରି ରଖିଛି।

Gang Rape Haryana News